ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱତନ୍ତ୍ର ଅଯୋଧ୍ୟା ଡେସ୍କ ଗଠନ

ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱତନ୍ତ୍ର ଅଯୋଧ୍ୟା ଡେସ୍କ ଗଠନ

ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱତନ୍ତ୍ର ଅଯୋଧ୍ୟା ଡେସ୍କ ଗଠନ
କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ଅଯୋଧ୍ୟା ଡେସ୍କ ଗଠନ କରିଛନ୍ତି। ଅଯୋଧ୍ୟା ସହ ସମସ୍ତ ପ୍ରସଙ୍ଗ ଓ କୋର୍ଟ ରାୟକୁ ହ୍ୟାଣ୍ଡେଲ କରିବା ପାଇଁ ୩ ଜଣିଆ ଡେସ୍କ ଗଠନ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଡେସ୍କର ମୁଖ୍ୟ ଅତରିକ୍ତ ସଚିବ ଜ୍ଞାନେଶ କୁମାର ରହିଛନ୍ତି। ଜ୍ଞାନେଶଙ୍କ ନେତୃତ୍ୱରେ ଗଠିତ ଡେସ୍କ ସମସ୍ତ ଅଯୋଧ୍ୟା ପ୍ରସଙ୍ଗର ତଦାରଖ କରିବ। ସୂଚନାଯୋଗ୍ୟ, ନଭେମ୍ବର ୯ରେ ସୁପ୍ରିମକୋର୍ଟ ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ରାୟ ପ୍ରକାଶ କରିଥିଲେ। ବିବାଦୀୟ ଅଞ୍ଚଳ ସୁପ୍ରିମକୋର୍ଟ ହିନ୍ଦୁ ପକ୍ଷଙ୍କୁ ଦେଇଥିବାବେଳେ ଅଯୋଧ୍ୟାରେ ଅନ୍ୟ ୫ ଏକର ଜମି ମୁସଲିମ ପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।