ରେଡ୍ କାର୍ପେଟକୁ ବିଶ୍ୱଭୂଷଣଙ୍କ ନା, ମହାମହିମ ନ ଲେଖିବାକୁ ବି ନିଦେ୍ର୍ଧଶ

ରେଡ୍ କାର୍ପେଟକୁ ବିଶ୍ୱଭୂଷଣଙ୍କ ନା, ମହାମହିମ ନ ଲେଖିବାକୁ ବି ନିଦେ୍ର୍ଧଶ

ରେଡ୍ କାର୍ପେଟକୁ ବିଶ୍ୱଭୂଷଣଙ୍କ ନା, ମହାମହିମ ନ ଲେଖିବାକୁ ବି ନିଦେ୍ର୍ଧଶ
ଭୁବନେଶ୍ୱର - ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶପଥ ନେଲା ବେଳେ ତାଙ୍କୁ "ମହାମହିମ' ସମ୍ବୋଧନ ନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ଏହା ସହ ସରକାରୀ ଫାଇଲରେ ଆଉ "ମହାମହିମ' ନ ଲେଖିବାକୁ ନିଦେ୍ର୍ଧଶ ଦେଇଥିଲେ । ଏବେ ରାଜ୍ୟପାଳଙ୍କ ଗସ୍ତ ବେଳେ ରେଡ୍ କାର୍ପେଟ୍ ନ ପକାଇବାକୁ ଶ୍ରୀ ହରିଚନ୍ଦନ ନିଦେ୍ର୍ଧଶ ଦେଇଛନ୍ତି । ତାଙ୍କର ଏହି ପଦକ୍ଷେପ ଆନ୍ଧ୍ରପ୍ରଦେଶରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଗତ ମାସରେ ଆନ୍ଧ୍ରପ୍ରଦେଶର ଶ୍ରୀସାଇଲାମର ପଛୁଆ ଆଦିବାସୀ ଅଞ୍ଚଳରେ ଏକ ଆଦିବାସୀ ସମାବେଶରେ ଯୋଗ ଦେବାକୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଯାଇଥିଲେ । ସେଠାରେ ତାଙ୍କ ପାଇଁ ଆଡ଼ମ୍ବରପୂର୍ଣ୍ଣ ରେଡ୍ କାର୍ପେଟର ବ୍ୟବସ୍ଥା କରାଯାଇଥିଲା । ଏଥିରେ ସେ ବିରକ୍ତି ପ୍ରକାଶ କରିଥିଲେ । କେବଳ ଆଦିବାସୀ ଅଞ୍ଚଳ ନୁହେଁ, ତାଙ୍କର ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଏପରି ରେଡ୍ କାର୍ପେଟ୍ ବ୍ୟବସ୍ଥା ନ କରିବାକୁ ଶ୍ରୀ ହରିଚନ୍ଦନ ତାଙ୍କ ପ୍ରମୁଖ ଶାସନ ସଚିବଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଅନୁରୂପ ଆଦେଶ ଦେବାକୁ କହିଥିଲେ । ଏହା ପରେ ସବୁ ଜିଲ୍ଲାପାଳମାନଙ୍କୁ ଏ ନେଇ ନିଦେ୍ର୍ଧଶନାମା ଜାରି କରାଯାଇଛି । ଶ୍ରୀ ହରିଚନ୍ଦନ କହିଛନ୍ତି, ସାଧାରଣ ଜୀବନରେ ଓ ସରକାରୀ କ୍ଷେତ୍ରରେ ସାଧାରଣ ମଣିଷ ପରି ଚଳିବା ଓ ସାଧୁତା ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ । ସବୁ କ୍ଷେତ୍ରରେ ମିତବ୍ୟୟିତା ଅବଲମ୍ବନ କରିବା ସହ ଜନସାଧାରଣଙ୍କ ବିକାଶକୁ ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ । ସରକାରୀ ଅର୍ଥରେ ବ୍ୟୟବହୁଳ ଓ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ଗ୍ରହଣ କରିବା କିମ୍ବା ଜୀବନଯାପନ କରିବା ଅନୈତିକ ଓ ଅମାନବୀୟ ।