ରେମୁଣା ବିଧାୟକଙ୍କୁ ଆକ୍ରମଣ

ରେମୁଣା ବିଧାୟକଙ୍କୁ ଆକ୍ରମଣ

ରେମୁଣା ବିଧାୟକଙ୍କୁ ଆକ୍ରମଣ
ବାଲେଶ୍ୱର: ବାଲେଶ୍ୱର ବଡ଼ ଡାକ୍ତରଖାନା ପରିସରରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଆକ୍ରମଣ ହୋଇଛି । ରାତି ପ୍ରାୟ ସାଢେ଼ ୯ଟାରେ ସେ ଡାକ୍ତରଖାନା ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ ଉପରକୁ ଢେ଼ଲା ମାରିଥିଲେ । ବିଧାୟକ ଶ୍ରୀ ପରିଡ଼ା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଛି । ଏ ନେଇ ତୁରନ୍ତ ସେ ପୁଲିସକୁ ଖବର ଦେବା ସହ ଟାଉନ ଥାନା ଯାଇ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ଶ୍ରୀ ପରିଡ଼ା କହିଛନ୍ତି, ରାତି ପ୍ରାୟ ୯ଟା ବେଳେ ସେ ତାଙ୍କ କାରରେ ନିଜେ ଡ୍ରାଇଭିଂ କରି ଘରକୁ ଫେରୁଥିଲେ । ଏହି ସମୟରେ ଡାକ୍ତରଖାନା ରୋଡରେ ଏକ ଘରୋଇ ଆମ୍ବୁଲାନ୍ସ ତାଙ୍କୁ ସାଇଡି ମାରି ଦ୍ରୁତ ଗତିରେ ଯାଇ ଘରୋଇ ଆମ୍ବୁଲାନ୍ସ ରହୁଥିବା ଷ୍ଟାଣ୍ଡରେ ଯାଇ ଡ୍ରାଇଭରମାନଙ୍କୁ ଏ ସମ୍ପର୍କରେ ପଚାରି ବୁଝୁଥିଲେ । ଏହି ସମୟରେ ସେଠାରେ ଠିଆ ହୋଇଥିବା ତିନି ଜଣ ଯୁବକ ତାଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକ ତାଙ୍କ ଉପରକୁ ଢେ଼ଲା ଫିଙ୍ଗି ଥିଲା । ବିଧାୟକ ହଟିଯିବାରୁ ଢେ଼ଲାଟି ତାଙ୍କ କାର କାଚରେ ବାଜିଥିଲା ।