ଲଟେରିରେ ଲାଗିବ ୨୮ ପ୍ରତିଶତ ଜିଏସ୍‍ଟି

ଲଟେରିରେ ଲାଗିବ ୨୮ ପ୍ରତିଶତ ଜିଏସ୍‍ଟି

ଲଟେରିରେ ଲାଗିବ ୨୮ ପ୍ରତିଶତ ଜିଏସ୍‍ଟି
ନୂଆଦିଲ୍ଲୀ -ବୁଧବାର ଦିନ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ଅନୁସାରେ ରାଜ୍ୟ ଏବଂ କେନ୍ଦ୍ରସ୍ତରରେ ପ୍ରଚଳିତ ଲଟେରି ଉପରେ ୨୮ ପ୍ରତିଶତ କର ଧାର୍ଯ୍ୟ କରାଯାଇଛି। ପରିବେଶ ଅନୁକୂଳ ବ୍ୟାଗ୍‍ ଏବଂ ଅନ୍ୟାନ୍ୟ ବ୍ୟାଗ୍‍ଗୁଡ଼ିକ ଉପରେ ୧୮ ପ୍ରତିଶତ ଟିକସକୁ ପରିଷଦ ଅନୁମୋଦନ କରିଛି। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ୩୮ତମ ଜିଏସ୍‍ଟି ବୈଠକରେ ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି। ଏହି ନୂତନ ଟିକସ ବ୍ୟବସ୍ଥା ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ। ପରିଷଦରେ ଉପସ୍ଥିତ ସଦସ୍ୟଙ୍କ ଦ୍ୱାରା ଭୋଟ ମାଧ୍ୟମରେ ଏହି ଟିକସ ପରିମାଣକୁ ଧାର୍ଯ୍ୟ କରାଯାଇଛି। ଏଥିସହ ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ପରିଷଦରେ ନିଷ୍ପତ୍ତି ନେବା ପାଇଁ ଭୋଟର ଆବଶ୍ୟକତା ପଡ଼ିଥିଲା। ଏହା ପୂର୍ବରୁ ପ୍ରତ୍ୟେକ ଥର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କ୍ଷେତ୍ରୀୟ ଏବଂ ରାଜ୍ୟସ୍ତରରେ ଅଭିଯୋଗ ଫୈସଲା କମିଟି ଗଠନ କରିବା ପାଇଁ ଜିଏସ୍‍ଟି ପରିଷଦ ଅନୁମୋଦନ କରିଛି। ଏଥିସହ ଜିଏସ୍‍ଟି ଆଇନରେ କେତେକ ସଂଶୋଧନକୁ ପରିଷଦ ଅନୁମୋଦନ କରିଛି। ଯାହାକି ଆସନ୍ତା ବଜେଟରେ ପ୍ରତିଫଳିତ ହେବ।