ଲାଗୁ ହେଲା ଓଡିଶାରେ ନାଇଟ କର୍ଫୁ୍ୟ

ଲାଗୁ ହେଲା ଓଡିଶାରେ ନାଇଟ କର୍ଫୁ୍ୟ

ଲାଗୁ ହେଲା ଓଡିଶାରେ ନାଇଟ କର୍ଫୁ୍ୟ
ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ପାଇଁ ନାଇଟ କର୍ଫୁ୍ୟ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ ନାଇଟ କର୍ଫୁ୍ୟ ଲାଗୁ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସାରା ରାଜ୍ୟରେ ନାଇଟ କର୍ଫୁ୍ୟ ଲାଗୁ ନେଇ ଘୋଷଣା କରାଯାଇଛି । ଏନେଇ ଟ୍ୱିଟ ଯୋଗେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏନେଇ ସହଯୋଗ କରିବାକୁ ଶ୍ରୀ ଜେନା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ତେବେ ନାଇଟ କର୍ଫୁ୍ୟରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ଜରୁରୀକାଳୀନ ସାମଗ୍ରୀର ପରିବହନ ମଧ୍ୟ ହୋଇପାରିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଡ଼ିସେମ୍ବର ୩୧ ମଧ୍ୟରାତ୍ରିରେ ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆ ବର୍ଷକୁ ସ୍ବାଗତ ନିମନ୍ତେ ଆୟୋଜନ କରାଯାଉଥିବା ‘‘ଜିରୋ ନାଇଟ୍’’ ଓ ନୂଆବର୍ଷ ପାଳନ ପାଇଁ ଦିଲ୍ଲୀ ସରକାର କଟକଣା ଜାରି କରିଛନ୍ତି। ଆଜି ଓ ଆସନ୍ତାକାଲି ଆର୍ଥାତ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ପାଇଁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି। ରାତି ୧୧ରୁ ସକାଳ ୬ଟା ଯାଏଁ ଏହି କଟକଣା ରହିବ। ସର୍ବସାଧାରଣ ସ୍ଥାନରେ ଗହଳି କରିପାରିବେନି ଓ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏ ନେଇ ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ମୁମ୍ବଇରେ ମଧ୍ୟ ନାଇଟ କର୍ଫ୍ୟୁ ଜାରି କରାଯାଇଛି। ମୁମ୍ବଇରେ ଆଜି ରାତି ୧୧ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ମୁମ୍ବଇରେ ରେସ୍ତୋରାଁ, ପବ୍, ବାର୍, ରୁଫଟପ୍, ବୋଟକୁ ନା କରାଯାଇଛି। ନାଇଟ୍ କର୍ଫ୍ୟୁ ସମୟରେ ମୁମ୍ବଇ ପୁଲିସ ଡ୍ରୋନ୍ ଜରିଆରେ ଲୋକଙ୍କ ଉପରେ ନଜର ରଖିବ। ଗୋଟିଏ ସ୍ଥାନରୁ ୫ରୁ ଅଧିକ ଲୋକ ଯେପରି ନରହିବେ, ସେଥିପାଇଁ ୧୪୪ ଧାରା ଲଗାଯିବ।