ଲିଭ-ଇନ ରିଲେସନସିପ ନୈତିକ ଏବଂ ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ

ଲିଭ-ଇନ ରିଲେସନସିପ ନୈତିକ ଏବଂ ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ

ଲିଭ-ଇନ ରିଲେସନସିପ ନୈତିକ ଏବଂ ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ
ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଲିଭ-ଇନ ରିଲେସନସିପ (ବିବାହ ନ କରି ପତି-ପତ୍ନୀ ଭଳି ରହିବା) । ନୈତିକ ଏବଂ ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ହାଇକୋର୍ଟରେ ସୁରକ୍ଷା ଦାବି କରି ଏକ ପ୍ରେମୀ ଯୁଗଳଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ଏଭଳି ସମ୍ପର୍କକୁ ସମାଜ ଗ୍ରହଣ କରିବ ନାହିଁ କି ନୈତିକତା ଦୃଷ୍ଟିରୁ ମଧ୍ୟ ଏହା ଗ୍ରହଣୀୟ ନଥିବାରୁ ଏ ବାବଦରେ ଶୁଣାଣି ହୋଇପାରିବ ନାହିଁ । ଆବେଦନକାରୀ ଗୁଲଜା କୁମାରୀ (୧୯) ଏବଂ ଗୁରବିନ୍ଦର ସିଂହ (୨୨) ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ସେମାନେ ଲିଭ ଇନ ସମ୍ପର୍କରେ ରହୁଛନ୍ତି ଏବଂ ଖୁବ ଶୀଘ୍ର ବିବାହ କରିବାକୁ ଚାହୁଁଛନ୍ତି । ତେବେ ସେମାନଙ୍କ ପରିବାର ପଟୁ ହିଁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସୁରକ୍ଷା ଯୋଗାଇ ଦେବା ଜରୁରୀ ବୋଲି ଉଭୟେ ନିବେଦନ କରିଥିଲେ । ବିଚାରପତି ଏଚଏସ ମଦାନ ଆବେଦନ ଉପରେ ଶୁଣାଣି କରି କହିଥିଲେ ଯେ ଆବେଦନକାରୀ ଯାହା ଦର୍ଶାଇଛନ୍ତି ସେଥିରୁ ଏଭଳି ସମ୍ପର୍କକୁ ସମ୍ପୂର୍ଣ୍ଣ ମଞ୍ଜୁରି ଦେବାକୁ ସେମାନେ କହୁଛନ୍ତି । ଏହା ଗ୍ରହଣୀୟ ନଥିବାରୁ କୌଣସି ସୁରକ୍ଷା ଆଦେଶ ପାରିତ ହୋଇପାରିବ ନାହିଁ ବୋଲି ବିଚାରପତି କହିବା ସହ ମାମଲାକୁ ଖାରଜ କରିଥିଲେ ।