ଲୋଗୋ ବଦଳିବା ନେଇ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଲୋଗୋ ବଦଳିବା ନେଇ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଲୋଗୋ ବଦଳିବା ନେଇ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ
ଭୁବନେଶ୍ୱର: ପକ୍କା ଘର ଯୋଜନା ଲୋଗୋ ବଦଳିବା ନେଇ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସରକାର ଷ୍ଟିକର ଲଗାଇବା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ପୁଣି ନୂଆ ଲୋଗୋ ଲଗାଯିବ । ଏ ବାବଦରେ ହୋଇଥିବା ୧୦ କୋଟି କ୍ଷତିର ଭରଣ କରିବ କିଏ । ଯୋଜଡ଼ା ହଡ଼ପ ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ସବୁ ହିତାଧିକାରୀଙ୍କୁ ଘର ନଦେବା ଯାଏଁ ବିଜେପି ଲଢେଇ ଜାରି ରହିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଚଞ୍ଚକତା କରି ହାଇଜାକ କରିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଏତଲା ଦିଆଯାଇଥିଲା । ବିଜେପି ପକ୍ଷରୁ ଏଭଳି ଏତଲା ଦିଆଯାଇଥିଲା । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବିରୋଧରେ ଏତଲା ଦିଆଯାଇଥିଲା । କେନ୍ଦ୍ରୀୟ ଯୋଜନାରେ ନିଜ ଲୋଗୋ ଲଗାଇ ରାଜ୍ୟ ସରକାର ନିଜର ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଥିଲା ।