ଶୀତରୁ ସୁରକ୍ଷା ପାଇବେ ସେନା

ଶୀତରୁ ସୁରକ୍ଷା ପାଇବେ ସେନା

ଶୀତରୁ ସୁରକ୍ଷା ପାଇବେ ସେନା
ଦେଶକୁ ଶତ୍ରୁ ଆକ୍ରମଣରୁ ସୁରକ୍ଷା ଦେବା ଲାଗି ସେନାର ଯବାନମାନେ ଦିନରାତି ଖରା, ବର୍ଷା, ଶୀତରେ ସୀମାରେ ପ୍ରହରୀ ହୋଇ ରହିଥାନ୍ତି । ଶୀତ ଦିନେ ସେମାନଙ୍କୁ କିପରି କଷ୍ଟ ହେଉଥିବ ବୋଲି ଚିନ୍ତା କରି ଯବାନଙ୍କ ସୁରକ୍ଷା ପାଇଁ ଜଣେ ଛାତ୍ର ଏକ ନିଆରା ଉଦ୍ଭାବନ କରିଛନ୍ତି । ବିହାରର ମୁଜାଫରପୁର ବିଶ୍ୱବିଦ୍ୟାଳୟରେ ପଢୁଥିବା ସଞ୍ଜିତ ରଞ୍ଜନ ନାମକ ଏହି ଛାତ୍ର ଶୀତରୁ ସେନାର ଯବାନଙ୍କୁ ସୁରକ୍ଷା ଦେବା ଲାଗି ଏକ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି । ବିଜ୍ଞାନ ସ୍ନାତକୋତର ପ୍ରଥମ ବର୍ଷର ଛାତ୍ର ସଞ୍ଜିତ ତିଆରୀ କରିଥିବା ଏହି ଡିଭାଇସରେ ମାତ୍ର ୬୦୦ ଟଙ୍କା ଖର୍ଚ୍ଚ ହୋଇଛି । ଦେଖିବାକୁ ଏହା ସ୍ମାର୍ଟଫୋନ ଠାରୁ ଆକାରରେ ସାମାନ୍ୟ ବଡ । ଏଥିରୁ ଉଷ୍ମତା ସୃଷ୍ଟି ହୋଇଥାଏ । ବ୍ୟାଟେରି ଦ୍ୱାରା ଚାଲୁଥାବା ଏହି ଡିଭାଇସରେ ଏକ ଏୟାର ପମ୍ପ ଲାଗିଛି । ଏହା ଉଷୁମ ପବନ ବାହାର କରିଥାଏ । ଏହାକୁ ପକେଟରେ ରଖାଯାଇ ପାରୁଥିବାରୁ ଉଷୁମ ପବନ ଦ୍ୱାରା ଯବାନ ଥଣ୍ଡାରେ ମଧ୍ୟ ଆଶ୍ୱସ୍ତ ଅନୁଭବ କରିପାରେ ।