ଶୀତରେ କେଶର ଯତ୍ନ

ଶୀତରେ କେଶର ଯତ୍ନ

ଶୀତରେ କେଶର ଯତ୍ନ
ଶୀତଋତୁର ଥଣ୍ଡା ପରିବେଶ କାରଣରୁ ଅଧିକ କେଶ ଅଧିକ ପରିମାଣରେ ଝଡ଼ିଥାଏ । ଏଥିରୁ ରକ୍ଷା ପାଇବାକୁ ହେଲେ ଘରୋଇ ଉପଚାର ଆରମ୍ଭ କଲେ ରକ୍ଷା ମିଳିଥାଏ । ଆବଶ୍ୟକ ପରିମାଣରେ ପାଣି ପିଇବା ସହ ପ୍ରତ୍ୟହ ସବୁଜ ପନିପରିବା ସିଝା ଓ ସାଲାଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ସପ୍ତାହକୁ ଅତିକମରେ ୨ ଦିନ କେଶ ଶାମ୍ପୁ କରିବା ଉଚିତ । ଭଲ କମ୍ପାନୀର ଅର୍ଗାନିକ ଶାମ୍ପୂ ବ୍ୟବହାର କରିବା ସହ ପ୍ରଥମେ କେଶମୂଳରେ ନଖଉଷୁମ ବାଦାମ ତେଲ କିମ୍ବା ନଡ଼ିଆ ତେଲ ମାଲିସ କରନ୍ତୁ । ଏହା ପରେ କେଶ ସଫା କରିବେ । ଏହି ପ୍ରକି୍ରୟାରେ କେଶମୂଳକୁ ରକ୍ତ ସଞ୍ଚାର ହୋଇଥାଏ । ଏଇ ଋତୁରେ କେଶ ଶୁଷ୍କ ହୋଇଯାଇ ଦୁଇମୁହାଁ ହୋଇଯାଏ । ଏଥିରୁ ବର୍ତ୍ତିବାକୁ ହେଲେ ପ୍ରଥମେ କେଶକୁ ଛୋଟ କରି କାଟି ଦିଅନ୍ତୁ । ଶୀତଦିନେ କେଶର କଣ୍ଡିସନିଂ କରିବା ନିତାନ୍ତ ଜରୁରୀ । ଶାମ୍ପୁ ପରେ ଆପଣ ଦହି ପ୍ୟାକ ଲଗାଇପାରନ୍ତି । ନଚେତ ସପ୍ତାହକୁ ଥରୁଟିଏ ହେନା ପ୍ୟାକ ଲଗାଇବା ସମୟରେ ସେଥିରେ ମହୁ ଓ ଦହି ଅଳ୍ପ ମିଶାଇ କେଶମୂଳରେ ଲଗାଇ ଶାମ୍ପୂ କରିନେବେ । ଗରମ କିମ୍ବା ନଖ ଉଷୁମ ପାଣିରେ କେଶ ଧୋଇଲେ ତାହା ମଧ୍ୟ କେଶ ଝଡ଼ା ଆରମ୍ଭ କରେ । ଶୀତଦିନେ କେଶକୁ ସ୍କାର୍ଫରେ ବାନ୍ଧି ରଖନ୍ତୁ । ବାହାର ଧୂଳି କେଶରେ ରହି ସଂକ୍ରମଣ କରିବାର ଭୟ ଥାଏ ।