ଶ୍ରୀକୃଷ୍ଣଙ୍କ ପାଇଁ କାଟି ହେବନି ହଜାର ହଜାର ଗଛ

ଶ୍ରୀକୃଷ୍ଣଙ୍କ ପାଇଁ କାଟି ହେବନି ହଜାର ହଜାର ଗଛ

ଶ୍ରୀକୃଷ୍ଣଙ୍କ ପାଇଁ  କାଟି ହେବନି ହଜାର ହଜାର ଗଛ
ନୂଆଦିଲ୍ଲୀ: ଭଗବାନ ଶ୍ରୀକୃଷ୍ଣଙ୍କ ନାମରେ ଉତ୍ତରପ୍ରଦେଶ ସରକାର ହଜାର ହଜାର ସଂଖ୍ୟାରେ ଗଛ କାଟି ପାରିବେ ନାହିଁ । ଗୋଟିଏ ଚାରା ରୋପଣ କରିବା ଏବଂ ଗୋଟିଏ ଶହେ ବର୍ଷର ଗଛ କାଟିବା ସମାନ କଥା ନୁହେଁ । ତେଣୁ ଉତ୍ତରପ୍ରଦେଶ ସରକାର ଭଗବାନ ଶ୍ରୀକୃଷ୍ଣଙ୍କ ନାମରେ ପ୍ରାୟ ୩ ହଜାର ଗଛ କାଟି ପାରିବେନି ବୋଲି ସୁପି୍ରମକୋର୍ଟ କହିଛନ୍ତି । ମଥୁରା ଜିଲ୍ଲାରେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ଦିରକୁ ରାସ୍ତା ପ୍ରଶସ୍ତିକରଣ କାମ ପାଇଁ ପ୍ରାୟ ୨.୯୪୦ ଗଛ କାଟିବାକୁ ଉତ୍ତରପ୍ରଦେଶ ସରକାର ଅନୁମତି ମାଗିଥିଲେ । ରାଜ୍ୟ ସରକାର ୧୩୮.୪୧ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ କହିଥିଲେ । କିନ୍ତୁ ପ୍ରଧାନ ବିଚାରପତି ଏସ.ଏ.ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏଥିପାଇଁ ଅନୁମତି ପ୍ରଦାନ କରିନାହାନ୍ତି । ସରକାର କହିଥିଲେ, ଯେତିକି ଗଛ କଟାଯାଇଥିଲା ତା’ଠାରୁ ଅଧିକ ରୋପଣ କରାଯିବ । କିନ୍ତୁ କୋର୍ଟ ଏଥିରେ ରାଜି ହୋଇନଥିଲେ । କୋର୍ଟ କହିଥିଲେ ୧୦୦ ବର୍ଷର ଗଛ କାଟିବା ଏବଂ ଏହା ବାବଦରେ ଚାରା ରୋପଣ କରିବା ସମାନ କଥା ନୁହେଁ ।