ଚୀନ ସରକାର ଗଲୱାନ ଷଡ଼ଯନ୍ତ୍ର କରିଥିଲା: ଆମେରିକା

ଚୀନ ସରକାର ଗଲୱାନ ଷଡ଼ଯନ୍ତ୍ର କରିଥିଲା: ଆମେରିକା

ଚୀନ ସରକାର ଗଲୱାନ ଷଡ଼ଯନ୍ତ୍ର କରିଥିଲା: ଆମେରିକା
ୱାସିଂଟନ: ଆମେରିକା କଂଗ୍ରେସର ଏକ ଶୀର୍ଷ କମିଟି ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଜୁନରେ ଗଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପାଇଁ ଚୀନ ସରକାର ହିଁ ଷଡଯନ୍ତ୍ର ରଚିଥିଲା । ଭାରତ ଉପରେ ପ୍ରବଳ ଚାପ ସୃଷ୍ଟି କରିବା ଏବଂ ବିସ୍ତାରବାଦୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚୀନ ସରକାର ଏଭଳି ହିଂସା ପାଇଁ ଯୋଜନା କରିଥିଲା ଏବଂ ଚୀନ ସେନାକୁ ତଦନୁଯାୟୀ ନିଦେ୍ର୍ଧଶ ଦିଆଯାଇଥିଲା । ୧୫ ଜୁନରେ ଗଲୱାନରେ ଅନ୍ଧାର ରାତିରେ ଅତର୍କିତ ଭାବେ ଭାରତୀୟ ସୈନିକଙ୍କ ଉପରେ କାପୁରୁଷୋଚିତ ଆକ୍ରମଣ ହୋଇଥିଲା ଏବଂ ଏଥିରେ ଭାରତର ୨୦ ଯବାନ ସହିଦ ହୋଇଯାଇଥିଲେ । ଚୀନର ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଗେ ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ବିବାଦ ଓ ଉତ୍ତେଜନା ବଢ଼ାଇବାକୁ ପିଏଲଏକୁ ନିଦେ୍ର୍ଧଶ ଦେଇଥିଲେ ବୋଲି ଏହି ରିପୋର୍ଟରେ କୁହାଯାଇଛି ।