ଶ୍ରୀସନ୍ତଙ୍କ ଉପରୁ ଉଠିଲା ଆଜୀବନ ବାସନ୍ଦାଦେଶ

ଶ୍ରୀସନ୍ତଙ୍କ ଉପରୁ ଉଠିଲା ଆଜୀବନ ବାସନ୍ଦାଦେଶ

ଶ୍ରୀସନ୍ତଙ୍କ ଉପରୁ ଉଠିଲା ଆଜୀବନ ବାସନ୍ଦାଦେଶ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଶ୍ରୀସନ୍ତଙ୍କ ପାଇଁ ଏକ ଖୁଶିଖବର। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କ୍ରିକେଟର ଏସ.ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ ହ୍ରାସ କରି ୭ ବର୍ଷ କରିଛି। ବିସିସିଆଇର ଏହି ନିଷ୍ପତ୍ତି ଅନୁସାରେ ୨୦୨୦ ସେପ୍ଟେମ୍ବର ୧୩ରେ ଶ୍ରୀସନ୍ତଙ୍କ ଏହି ପ୍ରତିବନ୍ଧକର ଅବଧି ଶେଷ ହେବ। ତେଣୁ ଏହା ପରଠାରୁ ସେ କ୍ରିକେଟ୍ ଖେଳିପାରିବେ। ବିସିସିଆଇ ଲୋକପାଳ ପକ୍ଷରୁ ଜାରି ଆଦେଶରେ କହିଛି ଯେ, ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହ୍ରାସ କରି ସାତ ବର୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୩ ସେପ୍ଟେମ୍ବର ୧୩ରେ ଶ୍ରୀସନ୍ତଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦ କରାଯାଇଥିଲା।