ସଂସଦରେ ଉପସ୍ଥାନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ : କଣ ରହିଛି ସର୍ଭେ ରପୋର୍ଟରେ ଜାଣନ୍ତୁ

ସଂସଦରେ ଉପସ୍ଥାନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ : କଣ ରହିଛି ସର୍ଭେ ରପୋର୍ଟରେ ଜାଣନ୍ତୁ

ସଂସଦରେ  ଉପସ୍ଥାନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ : କଣ ରହିଛି ସର୍ଭେ ରପୋର୍ଟରେ ଜାଣନ୍ତୁ
ନୂଆଦିଲ୍ଲୀ: ଆଜି ଠାରୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ ଅଭିଭାଷଣ ରଖିଥିଲେ । ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରାଯାଇଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାନ କରିଥିଲେ । ସର୍ଭେରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ମାଇନସ ୭.୭% ରହିବ। ୨୦୨୦ ଏପ୍ରିଲ-ଜୁନ୍‌ରେ ଦେଶର ଜିଡିପି ମାଇନସ ୨୩.୯% ଓ ଦ୍ୱିତୀୟ କ୍ୱାର୍ଟର୍‌ରେ ମାଇନସ ୭.୫% ରହିଥିଲା। ମାର୍ଚ୍ଚ ୩୧ରେ ଦେଶର ଚଳିତ ଆର୍ଥିକ ବର୍ଷ ଶେଷ ହେବ। ସେତେବେଳକୁ ଦେଶର ଅଭିବୃଦ୍ଧି ହାର ୭.୭% ହ୍ରାସ ପାଇଥିବ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ସୁଧାର ଆସିବ । ଆଗାମୀ ଆର୍ଥିକ ବର୍ଷ ଦେଶର ଅଭିବୃଦ୍ଧି ହାର ୧୧% ବଢ଼ିବ। ସର୍ଭେରେ ସରକାର ସ୍ୱୀକାର କରିଛନ୍ତି ଯେ ମହାମାରୀ କରୋନା ଯୋଗୁ ଲାଗୁ ହୋଇଥିବା ଲକଡାଉନ ପାଇଁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି । ଅର୍ଥନୀତିକୁ ୨୦୨୧-୨୨ରେ ଟ୍ରାକ୍‌କୁ ଆଣିବା ପାଇଁ ସରକାର ନିଜର ଖର୍ଚ୍ଚ ବୃଦ୍ଧି କରିବେ । ଏକଥା ସର୍ଭେରେ ମଧ୍ୟ ଉଲ୍ଲେଖ କରାଯାଇଛି ।