ଦିଲ୍ଲୀରେ ବିସ୍ପୋରଣ

ଦିଲ୍ଲୀରେ ବିସ୍ପୋରଣ

ଦିଲ୍ଲୀରେ ବିସ୍ପୋରଣ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଛି । ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ କିଛି କାର୍ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣରେ କେହି ମୃତାହତ ହେବାର ସୂଚନା ନାହିଁ । ବିସ୍ଫୋରଣ ଛୋଟ ଧରଣର ହୋଇଥିବା ଦିଲ୍ଲୀ ପୋଲିସ କହିଛି । ବିସ୍ଫୋରଣ ସ୍ଥଳରେ ଦିଲ୍ଲୀ ପୋଲିସର ସ୍ପେସାଲ ସେଲ ଉପସ୍ଥିତ ରହିଛି । ଅବଦୁଲ କଲାମ ରୋଡ୍ ଫୁଟପାଥରେ ଏହି ବିସ୍ଫୋରଣ ଘଟିଛି । ଔରଙ୍ଗଜେବ ରୋଡରେ ଅବସ୍ଥିତ ଇସ୍ରାଏଲ ଦୂତାବାସ ରହିଛି । ବିସ୍ପୋରଣର ପ୍ରଭାବରେ ୪-୫ଟି ଗାଡିର କାଚ ଭାଙ୍ଗିଥିବା ସୂଚନା ରହିଛି । ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।