ସପିଂ ମଲ୍‌ରୁ ଚୋରି କରି ଅନଲାଇନ୍‌ରେ ସାମଗ୍ରୀ ବିକ୍ରି କରି ଧରାପଡିଲେ ମହିଳା

ସପିଂ ମଲ୍‌ରୁ ଚୋରି କରି ଅନଲାଇନ୍‌ରେ ସାମଗ୍ରୀ ବିକ୍ରି କରି ଧରାପଡିଲେ ମହିଳା

ସପିଂ ମଲ୍‌ରୁ ଚୋରି କରି ଅନଲାଇନ୍‌ରେ ସାମଗ୍ରୀ ବିକ୍ରି କରି ଧରାପଡିଲେ ମହିଳା
ଟେକ୍ସାସ : ଆମେରିକାର ଟେକ୍ସାସର ଜଣେ ବୃଦ୍ଧା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରି ଅନଲାଇନ୍‌ ଇ- କର୍ମସ କମ୍ପାନୀ ଇ-ବେ’ରେ ବିକ୍ରି କରୁଥିବାର ଜଣାପଡିଛି । ବୃଦ୍ଧା ଜଣକ ଏହି ଧରାପଡିଥିବାବେଳେ ତାଙ୍କୁ ୫୪ ମାସ ପାଇଁ ଜେଲ୍‌ ଦଣ୍ଡ ହେବା ସହିତ ୩.୮ ମିଲିୟନ୍‌ ଡଲାରର ଜରିମାନା ମଧ୍ୟ କରାଯାଇଛି । ୬୩ ବର୍ଷୀୟ କିମ୍‌ ରିଚାର୍ଡସନ୍‌ ନାମକ ଏହି ମହିଳା ଜଣକ ଡେଲାସରେ ବସବାସ କରୁଥିଲେ । ସପିଂ ମଲ୍‌ ଓ ସପିଂ ସେଣ୍ଟର୍ସଗୁଡିକରେ ବୁଲାବିଲି କରିବାକୁ ଯାଇ ସାମଗ୍ରୀ ଚୋରି କରିବା ସହିତ ଏହି ସମସ୍ତ ସାମଗ୍ରୀଗୁଡିକୁ ଇ-ବେ’ ଅନଲାଇନ୍‌ କମ୍ପାନୀ ଜରିଆରେ ବିକ୍ରି କରୁଥିଲେ । ବଡ ବଡ ସପିଂ ମଲ୍‌ରୁ ଜିନିଷକୁ ଚୋରି କରି ଅନଲାଇନ୍‌ରେ ବିକ୍ରି କରୁଥିବା ସାମଗ୍ରୀଗୁଡଇକୁ ପ୍ୟାକିଂ ମଧ୍ୟ କରୁଥିଲେ ମହିଳା ଜଣକ । ୨୦୧୯ ମସିହାରୁ ରିଚାର୍ଡସନ୍‌ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ ।ରିଚାର୍ଡସନ୍‌ ନିଜେ ଆମେରିକାର ପ୍ରିଜନ୍‌ ଫାସିଲିଟଇ ବ୍ୟୁରୋର ଆତ୍ମସମର୍ପଣ କରିଥିଲେ ।