ସବୁଜ ମାଛ

ସବୁଜ ମାଛ

ସବୁଜ ମାଛ
ଆବଶ୍ୟକ ସାମଗ୍ରୀ: -୨୫୦ ଗ୍ରାମ ମାଛ -୧ଟା ପିଆଜ -୬ ପାଖୁଡା ରସୁଣ -୧ଟା କାଗଜି ଲେମ୍ବୁ -୨୦୦ଗ୍ରାମ ଧନିଆ ପତ୍ର -୬ଟା କଂଚା ଲଙ୍କା -ଅଧାକପ ତେଲ -ଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଧନିଆ ପତ୍ରକୁ ବାଟି ରଖନ୍ତୁ । ପିଆଜ, ରସୁଣ, ଲଙ୍କା ବାଟି ରଖନ୍ତୁ । କଡେଇରେ ତେଲ ଗରମ କରି ମାଛ ସବୁ ଭାଜି କାଢ଼ି ରଖନ୍ତୁ । ସେଇ ତେଲରେ ମସଲା ବଟାକୁ କଷି ନିଅନ୍ତୁ । ମସଲା କଷି ହୋଇଗଲା ପରେ ସେଥିରେ ୧କପ ପାଣି ଓ ଲୁଣ ଦିଅନ୍ତୁ । ପାଣି ଫୁଟିଲେ ମାଛ ଦେଇ ଦିଅନ୍ତୁ । ମାଛ ୫ମିନିଟ ଫୁଟିଲା ପରେ ଧନିଆପତ୍ର ବଟା ଓ ଲେମ୍ବୁ ରସ ଦେଇ ତରକାରୀ ଓହ୍ଲାଇ ଦିଅନ୍ତୁ ।