ସବୁଦିନ ଏହା କଲେ ଆପଣ ରହିବେ ପୂରା ଫିଟ

ସବୁଦିନ ଏହା କଲେ ଆପଣ ରହିବେ ପୂରା ଫିଟ

ସବୁଦିନ ଏହା କଲେ ଆପଣ ରହିବେ ପୂରା ଫିଟ
ଆଜିକାଲି ଯୁବପୀଢି ମାନେ ଫିଟ୍ ଓ ଫାଇନ୍ ରହିବାକୁ ଚାହୁଁଛନ୍ତି । ଫିଟ୍ ରହିବାକୁ ଯୁବପିଢୀ ମାନେ ଯୋଗ , ଏରୋବିକ୍ସ , ଜିମ୍, ଡାଏଟିଂ,ଡ୍ୟାନ୍ସ ଭଳି ବିଭିନ୍ନ ଉପାୟରେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । କେବଳ ଯୁବପିଢୀ ନୁହନ୍ତି ବୟସ୍କ ମଧ୍ୟବୟସ୍କ ମଧ୍ୟ ନିଜକୁ ଫିଟ ରଖିବା ପାଇଁ ପ୍ରତିଦିନ କିଛି କିଛି ସମୟ ସକାଳ ହେଉ କିମ୍ବା ସନ୍ଧ୍ୟାରେ ଚାଲୁଛନ୍ତି । କିନ୍ତୁ ଯୁବପିଢୀଙ୍କ ଠାରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏମାନେ ଡାଏଟିଂ କରି ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ହେଲେ ଅନେକ ସମୟରେ ଏହା ଶରୀର ପାଇଁ ଖୁବ ହାନିକାରକ ମଧ୍ୟ ହୋଇପାରେ । ତେଣୁ ସୁସ୍ଥ ରହିବାପାଇଁ କେବଳ ଡାଏଟିଂ ନୁହେଁ ସୁସ୍ଥ ଜୀବନଶୈଳୀ ମଧ୍ୟ ନିହାତି ଆବଶ୍ୟକ । ତେଣୁ ସୁସ୍ଥ ରହିବା ପାଇଁ କିଛିଟା ଉପାୟ ଆପଣାନ୍ତୁ - ୧- ପ୍ରତିଦିନ ଚାଲନ୍ତୁ ଫିଟ୍ ରହିବା ପାଇଁ ସବୁଠାରୁ ସହଜ ଏବଂ ସୁବିଧା ଉପାୟ ହେଉଛି ଚାଲିବା । ସବୁ ବର୍ଗର ଲୋକ ଏବଂ ସବୁ ବୟସ ସୀମାର ଲୋକ ଚାଲି ପାରିବେ । ଏହା ଦ୍ୱାରା ଆପଣଙ୍କୁ କିଛି ଖର୍ଚ୍ଚ ମଧ୍ୟ କରିବାକୁ ପଡିବ ନାହିଁ । ଏବଂ ସବୁ ଯାଗାରେ ମଧ୍ୟ ଆପଣ ଚାଲିପାରିବେ ।ଚାଲିବା ଦ୍ୱାରା ଆପଣଙ୍କର ମାନସିକ ସ୍ଥିତି ଠିକ୍ ରହେ ଏବଂ ହୃଦୟ ସୁସ୍ଥ ରହିବା ସହ ହାଡ ମଜଭୁତ ହୋଇଥାଏ । ତେଣୁ ପ୍ରତିଦିନ ସକାଳେ ହେଉ କି ସନ୍ଧ୍ୟାରେ ହେଉ କିଛି କିଛି ସମୟ ଚାଲନ୍ତୁ । ୨- ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ପ୍ରତିଦିନ ୭ରୁ ୮ଲିଟର ପାଣି ପିଅନ୍ତୁ । ସକାଳୁ ଉଠିବା ପରେ ଖାଲି ପେଟରେ ପାଣି ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେବା ସହ ପେଟ ମଧ୍ୟ ପରିଷ୍କାର ହୋଇଥାଏ । ପେଟ ପରିଷ୍କାର ହେବା ଦ୍ୱାରା ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ପ୍ରଚୁର ପାଣି ପିଇବା ଦ୍ୱାରା ହଜମ ଶକ୍ତି ମଧ୍ୟ ବଢିଥାଏ । ୩- ଜୀବନଶୈଳୀରେ ପରିବର୍ତ୍ତନ କରନ୍ତୁ ଆପଣ ପ୍ରତିଦିନ ଠିକ୍ ସମୟରେ ଖାଇବା ଶୋଇବାର ଧ୍ୟାନ ରଖନ୍ତୁ । ନିୟମିତ ସମୟରେ ଖାଇବା ସହ ଠିକ୍ ସମୟରେ ଶୋଇବା ଓ ଉଠିବାର ଯତ୍ନ ନିଅନ୍ତୁ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନିଦ୍ରା ନ ରହି ଶୀଘ୍ର ରାତ୍ରୀ ଭୋଜନ କରି ସମୟରେ ବିଛଣାକୁ ଯାଆନ୍ତୁ । ବିଛଣାକୁ ଯିବା ଏବଂ ଖାଇବା ମଧ୍ୟରେ କିଛି ସମୟର ବ୍ୟବଧାନ ରଖନ୍ତୁ । ଶୋଇବା ସମୟରେ ଅଯଥା ଫୋନର ବ୍ୟବହାର କରନ୍ତୁ ନାହିଁ । ସକାଳୁ କିଛି ସମୟ ଖରାରେ ବସନ୍ତୁ । ସୂର୍ଯ୍ୟକିରଣ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ୪- ସବୁଜ ପରିବା ଓ ଫଳ ଖାଆନ୍ତୁ ପ୍ରତିଦିନ ଖାଇବାରେ ଅଯଥା ତେଲ ମସଲା ନଖାଇ କିଛି ଗଜାମୁଗ, ଶାଗ, ସାଲାଡ, ଫଳ ଖାଆନ୍ତୁ । ୫- ଓଜନ ବଢୁଥିବା ଖାଦ୍ୟ ଖାଆନ୍ତୁ ନାହିଁ ଓଜନ ବଢାଉଥିବା ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ । ଫାଷ୍ଟଫୁଡ ଓ ମଇଦା ଜାତୀୟ ଖାଦ୍ୟ ହଜମ ହେବାପାଇଁ କଷ୍ଟ ହୋଇଥାଏ । ଏବଂ ଏହାଦ୍ୱାରା ଖୁବଶୀଘ୍ର ଓଜନ ବଢ଼ିଥାଏ । ତେଣୁ ଏଭଳି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।