ସମଗ୍ର ରାଜ୍ୟରେ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଜାରି

ସମଗ୍ର ରାଜ୍ୟରେ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଜାରି

ସମଗ୍ର ରାଜ୍ୟରେ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଜାରି

ଭୁବନେଶ୍ୱର: ଆଜି ସମଗ୍ର ଦେଶରେ ପାଳିତ ହେଉଛି ମା’ ଦୁର୍ଗାଙ୍କ ମହାଷ୍ଟମୀ। ବିଭିନ୍ନ ପୂଜା ମଣ୍ଡପରେ କରୋନା କଟକଣା ମଧ୍ୟରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ‌କେଉଁଠି ବି ଉତ୍ସାହ ଓ ଉଦ୍ଦୀପନା ନଥିଲେ ମଧ୍ୟ ବିଧି ରକ୍ଷା କରିବାକୁ ଯାଇ ପୂଜାର୍ଚ୍ଚନା କରାଯାଉଛି। ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ନିୟମ ଅନୁଯାୟୀ ୪ ଫୁଟ୍‌ର ମୂର୍ତ୍ତି କରାଯାଇ ପୂଜାର୍ଚ୍ଚନା କରାଯାଉଛି। ତେବେ କେତେକ ମଣ୍ଡପରେ ମା’ଙ୍କ ଛୋଟ ମୂର୍ତ୍ତି କରାଯାଇଛି।

 ମହାଗୌରୀ ରୂପରେ ପୂଜା  ପାଉଛନ୍ତି ଜଗଜନନୀ ମା’ ଦୁର୍ଗା । ଦେବୀ ଭାଗବତ ପୁରାଣରେ କୁହାଯାଇଛି ଯେ, ମାତାଙ୍କର ନଅ ଧର୍ମ ଓ ୧୦ମହାବିଦ୍ୟା ସମସ୍ତ ଆଦିଶକ୍ତିର ଅଂଶ ଓ ଧର୍ମ । କିନ୍ତୁ ମାହାଗୌରୀ ସର୍ବଦା ମହାଦେବୀଙ୍କ ସହିତ ତାଙ୍କର ସହଯୋଗୀ ଭାବରେ ରହିଥାନ୍ତି । ମା’ଦୁର୍ଗାଙ୍କର ଏହି ରୂପକୁ ପୂଜା କରିବା ଦ୍ୱାରା ଏହା ସୋମଚକ୍ରଙ୍କୁ ଜାଗ୍ରତ କରେ ଏବଂ ତାଙ୍କ ଅନୁଗ୍ରହରେ ପ୍ରତ୍ୟେକ ଅସମ୍ଭବ କାର୍ୟ୍ୟ ସମ୍ପନ୍ନ ହୋଇଥାଏ । ଅଧିକାଂଶ ଘରେ ଏହି ଦିନ କନ୍ୟା ପୂଜା କରାଯାଏ ଓ କିଛି ଲୋକ ନବମୀ ଦିନ ପ୍ରାର୍ଥନା କରିବା ପରେ କନ୍ୟା ପୂଜା କରିଥାନ୍ତି ।  

ମା’ଙ୍କ ଶରୀର ଶଙ୍ଖ ପରି ଗୌର, ସମସ୍ତ ବସ୍ତ୍ର ଓ ଆଭୂଷଣ ମଧ୍ୟ ଶ୍ୱେତ ଓ ମାତା ବୃଷବାହିନୀ । ପାର୍ବତୀ ରୂପରେ ମାତା ଶଙ୍କରଙ୍କୁ ପାଇବାକୁ କଠୋର ତପସ୍ୟା କରି କଳାକାଠ ପଡିଯାଇଥିବାରୁ ଭଗବାନ ଶିବ ତାଙ୍କୁ ଗଙ୍ଗାଜଳରେ ଧୋଇ ମାଜି ଦେଇଥିଲେ ଓ ସେ ଗୌର ପଡିଯାଇଥିଲେ । ସେଥିପାଇଁ ତାଙ୍କୁ ମହାଗୌରୀ କୁହାଯାଏ। ଅଷ୍ଟମୀରେ ମା’ ନିଜ ଭକ୍ତମାନଙ୍କ ପାଇଁ ଅନ୍ନପୂର୍ଣ୍ଣାଙ୍କ ସ୍ୱରୂପ ଅଟନ୍ତି । ମା ମହାଗୌରୀଙ୍କୁ ପୂଜା କରିବା ଦ୍ୱାରା ଘରକୁ ଧନ, ସମ୍ପତ୍ତି ଓ ଶାନ୍ତି ଆସିଥାଏ ।