ସମଲିଙ୍ଗୀ ବିବାହ ମାନ୍ୟତାକୁ ସରକାରଙ୍କ ନା

ସମଲିଙ୍ଗୀ ବିବାହ ମାନ୍ୟତାକୁ ସରକାରଙ୍କ ନା

ସମଲିଙ୍ଗୀ ବିବାହ ମାନ୍ୟତାକୁ ସରକାରଙ୍କ ନା
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆଗତ ସଂଖ୍ୟାଧିକ ଆବେଦନ ଉପରେ ଜବାବ ରଖି ଗୁରୁବାର କେନ୍ଦ୍ର ସରକାର ଏପରି ସମ୍ପର୍କକୁ ବିରୋଧ କରିଛନ୍ତି । ଏଥି ସହିତ ଦୁଇ ଜଣ ସମଲିଙ୍ଗୀ ଏକାଠି ରହିବା କି ଯୌନସୁଖ ଲାଭ କରିବାକୁ କେବେ ସମାଜରେ ସ୍ୱାମୀ, ସ୍ତ୍ରୀ ଓ ସନ୍ତାନଙ୍କୁ ନେଇ ରହିଥିବା ଭାରତୀୟ ପରିବାର ପରିକଳ୍ପନା ସହ ତୁଳନା କରାଯାଇପାରିବ ନାହିଁ ବୋଲି ସରକାର କହିଛନ୍ତି । ସରକାରଙ୍କ କହିବାଅନୁସାରେ ସର୍ବୋପରି ବିବାହ ଏକ ପବିତ୍ରତା ଗୁନ୍ଥି ହୋଇ ରହିଛି ଏବଂ ଦେଶର ଅନେକ ସ୍ଥାନରେ ଏହା ଏକ ଧାର୍ମିକ ଅନୁଷ୍ଠାନ ଭାବେ ପରିଗଣିତ । ଜଣେ ପୁରୁଷ ଓ ମହିଳା ମଧ୍ୟରେ ବୈବାହିକ ସମ୍ପର୍କକୁ ଆମ ଦେଶରେ ବୈଧାନିକ ମାନ୍ୟତା ପ୍ରଦାନ କରାଯାଉଥିବା ବେଳେ ଏହା କାହିଁ କେଉଁ କାଳରୁ ରହି ଆସିଥିବା ପାରମ୍ପରିକ ପ୍ରଥା, ସାଂସ୍କୃତିକ ପ୍ରକି୍ରୟା ସାମାଜିକ ମୂଲ୍ୟବୋଧ ଉପରେ ନିର୍ଭର କରିଥାଏ । ହିନ୍ଦୁ ବିବାହ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଓ ବୈଦେଶିକ ବିବାହ ଆଇନ ଆଧାରରେ ସମଲିଙ୍ଗୀ ବିବାହର ପଞ୍ଜୀକରଣ ପାଇଁ ଆଗତ ଆବେଦନ ଉପରେ ସରକାର ଏହା କରିଛନ୍ତି ।