ଭାରତୀୟଙ୍କୁ ଆଶ୍ୱସ୍ତି : ବାଇଡେନ ହଟାଇଲେ ଟ୍ରମ୍ପ ଲଗାଇଥିବା ସବୁଜ କାର୍ଡ କଟକଣା

ଭାରତୀୟଙ୍କୁ ଆଶ୍ୱସ୍ତି : ବାଇଡେନ ହଟାଇଲେ ଟ୍ରମ୍ପ ଲଗାଇଥିବା ସବୁଜ କାର୍ଡ କଟକଣା

 ଭାରତୀୟଙ୍କୁ ଆଶ୍ୱସ୍ତି : ବାଇଡେନ ହଟାଇଲେ ଟ୍ରମ୍ପ ଲଗାଇଥିବା ସବୁଜ କାର୍ଡ କଟକଣା
ସାନ ଡିଏଗୋ (ଆମେରିକା) : ଆମେରିକାରେ କାମ କରୁଥିବା ବା କାମ କରିବାକୁ ଆଶାୟୀ ଥିବା ଭାରତୀୟମାନଙ୍କ ପାଇଁ ବାଇଡେନ ପ୍ରଶାସନ ବୁଧବାର ଏକ ବଡ଼ ଧରଣର ଆଶ୍ୱସ୍ତି ଆଣିଛନ୍ତି । ଗତ ବର୍ଷ ଡୋନାଲ୍ଡ ଟ୍ରମ୍ପ ଗ୍ରୀନକାର୍ଡଧାରୀଙ୍କ ଉପରେ ଲଗାଇଥିବା କଠୋର କଟକଣାକୁ ବାଇଡେନ ହଟାଇଛନ୍ତି । ଏହା ଦ୍ୱାରା ବିଶେଷ କରି ଆମେରିକାରେ ସୂଚନା ଓ ପ୍ରଯୁକ୍ତି ବିଭାଗରେ କାମ କରିବା ପାଇଁ ଏଚ-୧ ବି ଭିସାରେ ସେଠାକୁ ଯାଇ ଦୀର୍ଘ ବର୍ଷ ଧରି କାମ କରୁଥିବା ଭାରତୀୟମାନେ ସପରିବାର ରହିବା ପାଇଁ ବିଶେଷ ସୁବିଧା ପାଇପାରିବେ । ସୂଚନା ଥାଉ କି, କୋଭିଡ ପରିପ୍ରେକ୍ଷୀରେ ବୃତ୍ତି ହରାଇଥିବା ଲକ୍ଷ ଲକ୍ଷ ଆମେରିକୀୟଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମେରିକାର ଶ୍ରମ ବଜାରକୁ କବଜା କରିନେଇଥିବା ପ୍ରବାସୀମାନଙ୍କ ସପରିବାର ଆମେରିକା ରହଣି ଉପରେ ପ୍ରତିବନ୍ଧ ଲଗାଇବା ଉଦେ୍ଧଶ୍ୟରେ ଟ୍ରମ୍ପ ଏପରି କଟକଣା ଜାରି କରିଥିଲେ ।