କାଶ୍ମୀରରେ ସୀମାପାର ଗୁଳିଚାଳନା ବନ୍ଦ ପାଇଁ ଭାରତ-ପାକ ରାଜି

କାଶ୍ମୀରରେ ସୀମାପାର ଗୁଳିଚାଳନା ବନ୍ଦ ପାଇଁ ଭାରତ-ପାକ ରାଜି

କାଶ୍ମୀରରେ ସୀମାପାର ଗୁଳିଚାଳନା ବନ୍ଦ ପାଇଁ ଭାରତ-ପାକ ରାଜି
ଚଣ୍ଡୀଗଡ : ଫେବୃୟାରୀ ୨୪-୨୫ ମଧ୍ୟରାତ୍ରରୁ ଜମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା ଏବଂ ଅନ୍ୟାନ୍ୟ ଇଲାକାରେ ସୀମାପାର ଗୁଳିଚାଳନା ବନ୍ଦ ରଖିବାକୁ ଉଭୟ ଭାରତ ଓ ପାକିସ୍ତାନ ସେନା ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଉଭୟ ଦେଶରେ ମହାନିଦେ୍ର୍ଧଶକ (ସାମରିକ କାର୍ଯ୍ୟାନୁଷ୍ଠାନ) ଙ୍କ ଦ୍ୱାରା ଘୋଷିତ ମିଳିତ ବିବୃତି ଅନୁସାରେ ଉଭୟ ପକ୍ଷ ଭିତରେ ନିୟମିତ ବୋର୍ଡର ଫ୍ଲାଗ ବୈଠକ ମାଧ୍ୟମରେ କୌଣସି ପ୍ରକାରର ଭୁଲ ବୁଝାମଣା ଓ ଅପ୍ରତ୍ୟାଶିତ ଅପ୍ରୀତିକର ଘଟଣାର ସମାଧାନ କରାଯିବ । ସେଥିପାଇଁ ଉଭୟ କର୍ତ୍ତୃପକ୍ଷ ମଧ୍ୟ ସିଧାସଳଖ (ହଟଲାଇନ) ଫୋନ ସଂଯୋଗରେ ରହିଛନ୍ତି ବୋଲି କହିଛନ୍ତି । ନିୟନ୍ତ୍ରଣ ରେଖା ସମେତ ଅନ୍ୟାନ୍ୟ ଇଲାକାର ସ୍ଥିତି ସମ୍ପର୍କରେ ଉଭୟ ଅଧିକାରୀ ଖୋଲାଖୋଲି ଭାବେ ଏକ ମୁକ୍ତ ତଥା ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଆଲୋଚନା କରିଥିଲେ ।