ସାବଧାନ ! ଆପଣଙ୍କ କୁକୁର ବି ଆତ୍ମହତ୍ୟା କରିପାରେ
ସାବଧାନ ! ଆପଣଙ୍କ କୁକୁର ବି ଆତ୍ମହତ୍ୟା କରିପାରେ
admin
Dec 19, 2019 - 06:55
Updated: Dec 19, 2019 - 06:55
ସ୍କଟଲାଣ୍ଡ ଅନ୍ତର୍ଗତ ପଶ୍ଚିମ ଡନବାର୍ଟନସାୟାରରେ ଅଛି ‘ଓଭରଟାଉନ’ ନାମକ ପ୍ରାଚୀନ ପୋଲ । ଛୋଟିଆ ପଥର ପୋଲଟିର ନିର୍ମାଣ ୧୮୯୫ ରେ ହୋଇଥିଲା । ୨୦୦୫ ରୁ ଏହା ଉପରୁ ତଳକୁ ଡେଇଁ ପ୍ରାୟ ସାତ ଶହ କୁକୁର ମଲେଣି । ଡେଇଁବାର କାରଣ ରହସ୍ୟମୟ ହୋଇରହିଛି । ପୋଲଟିର ଉଚ୍ଚତା ପଚାଶ ଫୁଟ । ଅର୍ଥାତ, କୁକୁର ଡେଇଁଲେ ମୃତୁ୍ୟ ଆଶଙ୍କା ସର୍ବାଧିକ କିଛି ଗୁରୁତର ଭାବେ ଆହତ ହୋଇ ବର୍ତ୍ତି ଯାଇଛନ୍ତି । ଏହାକୁ କୁକୁରଙ୍କ ଆତ୍ମହତ୍ୟା କୁହାଯାଉଛି । ବିଜ୍ଞାନୀମାନେ ଉକ୍ତ ଅଞ୍ଚଳରେ ବାସ କରୁଥିବା ମିଙ୍କମାନଙ୍କୁ ଏଥି ନିମନ୍ତେ ଦାୟୀ କରୁଛନ୍ତି । ମିଙ୍କଙ୍କ ଗନ୍ଧ ବାରି କୁକୁର ପୋଲ ଉପରୁ ଡେଉଁଥିବା ସେମାନେ କହୁଛନ୍ତି । ତେବେ ଆଖପାଖରେ ବାସ କରୁଥିବା ଲୋକଙ୍କ ଠାରୁ ପ୍ରକାଶ ଯେ ସେଠାରେ ମିଙ୍କ ନାହାନ୍ତି । କେହି, କେବେ ମିଙ୍କ ଦେଖିନାହାନ୍ତି । ପୁଣି ଭଲ ଭାବେ ତାଲିମପ୍ରାପ୍ତ କୁକୁର ବି ଡେଉଁଥିାରୁ ସମସ୍ତେ ବିସ୍ମିତ । ଉଲ୍ଲେଖଯୋଗ୍ୟ ଯେ ୧୯୯୪ ରେ ନିଜର ଦୁଇ ସପ୍ତାହର ଶିଶୁ ପୁତ୍ରକୁ ସଇତାନ ଭାବି ଜଣେ ଲୋକ ଏହି ପୋଲରୁ ଫୋପାଡ଼ି ଦେଇଥିଲେ । ନବଜାତ ଶିଶୁ ସଙ୍ଗେ ସଙ୍ଗେ ମରିଯାଇଥିଲା । ତାହା ପରେ ଭାରାକ୍ରାନ୍ତ ପିତା ବାରମ୍ବାର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେଣୁ ପ୍ରେତାତ୍ମା ଯୋଗୁଁ କୁକୁର ଡେଉଁଥିବା ଲୋକେ ବିଶ୍ୱାସ କରୁଛନ୍ତି ।