ସାହି ଚିକେନ କୋରମା ।

ସାହି ଚିକେନ କୋରମା ।

ସାହି ଚିକେନ କୋରମା ।
ଶାହି ଚିକେନ୍ କୋରମା ସାମଗ୍ରୀ:ବୋନଲେସ ଚିକେନ: ୫୦୦ ଗ୍ରାମ, କଟା ପିଆଜ- ୩ଟା, ହଳଦୀ ଗୁଣ୍ଡ-୧ ଚାମଚ, ଧନିଆ ଗୁଣ୍ଡ-୧ ଚାମଚ, ଲଙ୍କାଗୁଣ୍ଡ-୧ ଚାମଚ, କଟା ଅଦା-ଛୋଟ ଖଣ୍ଡେ, କଟା ରସୁଣ-୮ଟା, ଦହି -୧ କପ, ଗରମ ମସଲା-ଅଧା ଚାମଚ, କଟା ଆଲମଣ୍ଡ-୫ଟା, କଟା ଆଳୁ-୧୦ଟା, ଲେମ୍ବୁରସ-୨ ଚାମଚ, ଧନିଆ ପତ୍ର-୨ ଚାମଚ, ଲୁଣ ପ୍ରୟୋଜନ ଅନୁସାରେ, ବଟର ବା ଘିଅ ଆବଶ୍ୟକ ଅନୁଯାୟୀ । ପ୍ରଣାଳୀ: ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ । ସେଥିରେ ଦହି, ହଳଦୀଗୁଣ୍ଡ ଓ ଲୁଣ ଗୋଳାଇ ତାକୁ ଅଧଘଣ୍ଟା ପର୍ଯ୍ୟନ୍ତ ମାରିନେଟ୍ ଦେବାକୁ ଛାଡ଼ି ଦିଅନ୍ତୁ । ଗ୍ୟାସରେ କଡ଼େଇ ବସାଇ ଘିଅକୁ ଢ଼ାଳକୁ । ଘିଅ ଗରମ ହୋଇଗଲେ କଟା ପିଆଜ, କଟା ଅଦା ଓ କଟା ରସୁଣ ପକାଇ ଭାଜନ୍ତୁ । ପିଆଜ ହାଲୁକା ଭାବେ ଲାଲ ହୋଇଆସିଲେ ସେଥିରେ ଲଙ୍କାଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଭଲ ଭାବେ କଷି ଦିଅନ୍ତୁ । ତା’ପରେ ସେଥିରେ ଚିକେନ ପକାଇ କିଛି ସମୟ କଷନ୍ତୁ । ଚିକେନ କଷି ହୋଇ ଆସିଲେ ସେଥିରେ ଦୁଇ କପ୍ ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ । ଝୋଳ ବହଳିଆ ହୋଇ ଆସିଲେ ସେଥିରେ ଗରମ ମସଲା ଓ ଲୁଣ ପକାଇ ଗୋଳାନ୍ତୁ । କଟା ଆଲମଣ୍ଡ, କଟା ଆଳୁ ଓ ଲେମ୍ବୁରସ ପକାଇ ଚିକେନକୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ତା’ପରେ ଗ୍ୟାସ ବନ୍ଦ କରି ଚିକେନକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ସେଥିରେ ଧନିଆ ପତ୍ର ସଜେଇ ଗରମ ଗରମ ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ଖୁଆନ୍ତୁ ।