ସିଇଓଙ୍କ ପ୍ରେସମିଟ୍

ସିଇଓଙ୍କ ପ୍ରେସମିଟ୍

ସିଇଓଙ୍କ ପ୍ରେସମିଟ୍
ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ମତଦାନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ବାଦିକ ସମ୍ମିଳନୀ । ୮ ଟି ଜିଲ୍ଲାର ୬ ଲୋକସଭା ଓ ୪୧ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୯୦୭୦ ଲୋକେସନରେ ୧୦୭୯୨ ବୁଥରେ ମତଦାନ ହେବ । ଲୋକସଭାରେ ୫୨ ଓ ବିଧାନସଭା ପାଇଁ ୩୩୬ ଜଣ ପ୍ରାର୍ଥୀ ରହିଛନ୍ତି । ୪ର୍ଥ ପର୍ଯ୍ୟାୟରେ ୯୫ ଲକ୍ଷ ୬୩୫ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ-୪୯ ଲକ୍ଷ ୧୦୭୯ ଓ ମହିଳା ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ରହିଛନ୍ତି । ୪ର୍ଥ ପର୍ଯ୍ୟାୟ ପାଇଁ ୭୨ ହଜାର ୩୬୩ ଜଣ ପୋଲିଂ କର୍ମଚାରୀ ନିୟଜିତ ରହିଛନ୍ତି । ସିଇଓ କହିଛନ୍ତି, ୩୦୯୨ ପୋଲିଂ ବୁଥ ସମ୍ବୋଦନଶୀଳ ଅଟେ। ୧୧୨୬ଟି କେନ୍ଦରେ ୱେବ କାଷ୍ଟିଙ୍ଗ ହେବ। ୫୫୪ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଂଜାଯାଇଛି। ସେହିପରି ୫୯୫ ମତଦାନ କେନ୍ଦ୍ର ମାଇକ୍ରୋ ଅବଜରଭର ରହିବ। ସେହିଭଳି ୧୦୫ଟି ମତଦାନ କେନ୍ଦ୍ରକୁ ସଂପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳନା କରାଯାଉଥିବା ବେଳେ ୪ଟି କେନ୍ଦ୍ରକୁ ଦିବ୍ୟାଙ୍ଗ କର୍ମଚାରୀମାନେ ପରିଚାଳନା କରୁଛନ୍ତି। କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ ଦିଆଯିବ ବୋଲି ସିଇଓ କହିଛନ୍ତି। କେନ୍ଦ୍ରାପଡ଼ାରେ ବହୁ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ରହିବେ। ମତଦାନ କେନ୍ଦ୍ର ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ। ରାଜନୈତିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖାଯିବ। ଭୋଟର ନଥିବା ଲୋକଙ୍କୁ ଆଜି ସୁଦ୍ଧା ଅଂଚଳ ଛାଡ଼ିବାକୁ ପଡ଼ିବ।