ସିଡନୀ ଦର୍ଶକଙ୍କ ଆଚରଣକୁ ନେଇ କ୍ରୋଧ ପ୍ରକାଶ କଲେ ବିରାଟ

ସିଡନୀ ଦର୍ଶକଙ୍କ ଆଚରଣକୁ ନେଇ କ୍ରୋଧ ପ୍ରକାଶ କଲେ ବିରାଟ

ସିଡନୀ ଦର୍ଶକଙ୍କ ଆଚରଣକୁ ନେଇ କ୍ରୋଧ ପ୍ରକାଶ କଲେ ବିରାଟ
ସିଡନୀ:ସିଡନୀରେ ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ମ୍ୟାଚରେ ଗ୍ୟାଲେରୀରେ ଉପସ୍ଥିତ ଥିବା କିଛି ଦର୍ଶକ ବାଉଣ୍ଡାରୀ ଲାଇନରେ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ବବ୍ୟହାର କରିବା ସହିତ ବିଗ ମଙ୍କି ଏବଂ ବ୍ରାଉନ ଡଗ ବୋଲି କହିଥିଲେ । ସିଡନୀ ଦର୍ଶକଙ୍କ ଏଭଳି ଆଚରଣକୁ ନେଇ ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଟ୍ୱିଟରେ ଆପତ୍ତି ଉଠାଇ କ୍ରୋଧ ପ୍ରକାଶ କରିଛନ୍ତି । ଜାତିଗତ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ । ବାଉଣ୍ଡାରୀ ଲାଇନରେ ଏଭଳି ଆଚରଣ ସମସ୍ତ ସୀମା ଟପିଛି । ପଡ଼ିଆରେ ଏହି ଘଟଣା ଦେଖିବା ଦୁଃଖଦାୟକ । ଏହି ଘଟଣାକୁ ଗମ୍ଭୀରତାର ସହିତ ନେବା ଆବଶ୍ୟକ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ବିରାଟ କହିଛନ୍ତି ।