ଓଡିଶାରେ ବାର୍ଡଫ୍ଲୁ ବ୍ୟାପି ନାହିଁ

ଓଡିଶାରେ ବାର୍ଡଫ୍ଲୁ ବ୍ୟାପି ନାହିଁ

 ଓଡିଶାରେ ବାର୍ଡଫ୍ଲୁ ବ୍ୟାପି ନାହିଁ
ଭୁବନେଶ୍ୱର: ଓଡିଶାରେ ବାର୍ଡଫ୍ଲୁ ବ୍ୟାପି ନାହିଁ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ନିକଟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଆର. ରଘୁପ୍ରସାଦଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ପ୍ରାୟ ୧୨,୩୬୯ ବହିରାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଥିଲା ବେଳେ କୌଣସିଟିରେ ବାର୍ଡ ଫ୍ଲୁ ଲକ୍ଷଣ ପ୍ରକାଶ ପାଇନାହିଁ। ତଥାପି ବିଭାଗୀୟ ଅଧିକାରୀ ଓ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବୈଠକରେ ବାର୍ଡ ଫ୍ଲୁ ନିମନ୍ତେ ପ୍ରସ୍ତୁତି, ଏହାର ନିୟନ୍ତ୍ରଣ ଓ ପ୍ରତିେଷଧକ ବ୍ୟବସ୍ଥା ଓ କାର୍ୟ୍ୟ ସମ୍ପାଦନ ମାର୍ଗଦର୍ଶିକା ସମ୍ପର୍କରେ ଅବଗତ କରାଯାଇଥିଲା। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୫ଟି ନିରୀକ୍ଷଣ ଦଳ ଗଠନ କରାଯାଇ କୁକୁଡା ମାଂସ ଓ ଅଣ୍ଡା ଦୋକାନ, କୁକୁଡା ଫାର୍ମ ଆଦି ନିୟମିତ ଯାଞ୍ଚ କରାଯିବା ସହ ଏହା ଉପରେ ନଜର ରଖାଯାଇଛି। ରାଜ୍ୟରେ ବାର୍ଡ ଫ୍ଲୁ ନ ଥିବାରୁ ଲୋକେ ଅଯଥାରେ ଆତଙ୍କିତ ନ ହେବା ସହ ଗୁଜବ ନ କରିବାକୁ ଅନୁରୋଧ କରାଯାଇଛି। ଯଦି ସନ୍ଦେହ ହେଉଛି ତେବେ କୁକୁଡା ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଇବାକୁ ପରାମର୍ଶ ଦିଆଯାଇଛି।