ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳିକରି ଗଲା କାଟିଲେ

ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳିକରି ଗଲା କାଟିଲେ

ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳିକରି ଗଲା କାଟିଲେ
ବ୍ରହ୍ମପୁର: ଭୋଟ ଗଣତି ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବଡଧରଣର ରାଜନୈତିକ ହିଂସା ଘଟିଛି । ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ଗୁଳିମାଡ ପରେ ତାଙ୍କୁ ବେକକୁ ଦୁର୍ବୃତ ଧାରୁଆ ଅସ୍ତ୍ରରେ କାଟିଛନ୍ତି । ଗୁରୁତର ଅବସ୍ଥାରେ ଶ୍ରୀ ଜେନାଙ୍କୁ ପ୍ରଥମେ ବ୍ରହ୍ମପୁର ବଡମେଡିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବ୍ରହ୍ମପୁର ଉପକଣ୍ଠ ଜାତୀୟ ରାଜପଥ ୧୬ ତଥା ଲାଲାଞ୍ଜପଲ୍ଲୀ ବାଇପାସ ଠାରେ ବୁଧବାର ସନ୍ଧ୍ୟାରେ ଅତି ନିକଟରୁ ତାଙ୍କ ଉପରକୁ ଗୁଳି ଓ ତୀକ୍ଷଣ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁର୍ବୃତ । ଗୁଳିମାଡରେ ମନୋଜ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡମେଡିକାଲରେ ଭର୍ତି ହୋଇଥିଲେ । ଖବର ପାଇଁ ବ୍ରହ୍ମପୁର ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।