ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ

ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ

ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ
ଚେନ୍ନାଇ: ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଦ୍ୱାରା ୨୦୧୨ ମସିହାରେ ଏକ ଚଢ଼ଉ ସମୟରେ ୧୦୩ କିଲୋ ସୁନା ଜବତ ହୋଇଥିଲା । ଏହି ଜବତ ସୁନାର ମୂଲ୍ୟ ୪୫ କୋଟି । ସୁନାକୁ ସିବିଆଇ ହେପାଜତରେ ରଖାଯାଇଥିଲା । କିନ୍ତୁ ଏବେ ଏହି ସୁନା ସିବିଆଇ ହେପାଜତରୁ ଗାଏବ ହୋଇଯାଇଛି । ତାମିଲନାଡୁର ସିବିସିଆଇଡି ଉକ୍ତ ଘଟଣାର ତଦନ୍ତ କରିବା ପାଇଁ ମାଡ୍ରାସ ହାଇକୋର୍ଟ ନିଦେ୍ର୍ଧଶ ଦେବା ପରେ ଉକ୍ତ ଘଟଣା ସମ୍ପର୍କରେ ଜଣାପଡ଼ିଛି । ୨୦୧୨ ମସିହାରେ ସିବିଆଇ ସୁରନା କର୍ପୋରେସନ ଲିମିଟେଡରେ ଚଢ଼ାଉ କରି ୪୦୦.୫ କେଜି ସୁନା ଜବତ କରିଥିଲା । ଏହି ସୁନାକୁ ସିବିଆଇ ଲକ ଆଣ୍ଡ ସିଲ ଅଧୀନରେ ସୁରନା ଲକରରେ ରଖାଯାଇଥିଲା । ତେବେ ସିବିଆଇ ମାମଲା ପାଇଁ ନିଯୁକ୍ତି ଚେନ୍ନାଇ ପ୍ରମୁଖ ସ୍ୱତନ୍ତ୍ର ଅଦାଲତକୁ ୭୨ଟି ଲକର ଚାବି ହସ୍ତାନ୍ତର କରାଯାଇଥିଲା ବୋଲି ସିବିଆଇ କହିଛି । ସିବିଆଇ ଦାବି କରିଛି ଯେ, ଚଢ଼ଉ ସମୟରେ ସୁନା ବିସ୍କୁଟଗୁଡ଼ିକୁ ଏକତ୍ର ଓଜନ କରାଯାଇଥିଲା । କିନ୍ତୁ ପରେ ସୁରନା ଓ ଏସବିଆଇ ମଧ୍ୟରେ ଏକ ଋଣ ପରିଶୋଧ ମାମଲାରେ ସମାଧାନ ପାଇଁ ନିଯୁକ୍ତ ଲିକ୍ୱିଡେଟରଙ୍କୁ ଏହି ସୁନା ହସ୍ତାନ୍ତର କରାଯିବା ପରେ ଏହାକୁ ଅଲଗା ଅଲଗା ଓଜନ କରାଯାଇଥିଲା । ଏହି ସମୟରେ କୌଣସି ପ୍ରକାର ହେରଫେର ହୋଇଛି ବୋଲି ସିବିଆଇ ଦାବି କରିଛି । କିନ୍ତୁ ସିବିଆଇର ଏହି ଦାବିକୁ ବିଚାରପତି ଗ୍ରହଣ କରିନଥିଲେ ।