ସିଲ୍କ ସହର ବ୍ରହ୍ମପୁରରେ କରୋନା ଭୟ

ସିଲ୍କ ସହର ବ୍ରହ୍ମପୁରରେ କରୋନା ଭୟ

ସିଲ୍କ ସହର ବ୍ରହ୍ମପୁରରେ କରୋନା ଭୟ
ସବୁଆଡ଼େ କରୋନାର କୋକୁଆ ଭୟ । କରୋନା ପାଇଁ ସବୁଆଡେ ଏବେ ଖାଁ ଖାଁ । ରାଜଧାନୀ ଭୁବନେଶ୍ୱର ହେଉ କି ସିଲ୍କ ସହର ବ୍ରହ୍ମପୁର, କରୋନା ପାଇଁ ସବୁକିଛି ଖାଁ ଖାଁ ଲାଗୁଛି । କେଉଁଠି ସପିଂ ମଲ୍ ବନ୍ଦ ହେଇଛି ତ କେଉଁଠି ହାଟ ଉପରେ କଟକଣା ରହିଛି । ଆଉ ପୁଣି ପାର୍କ ଠାରୁ ନେଇ ରେଷ୍ଟୁରାଂଗ ପର୍ଯ୍ୟନ୍ତ ସବୁଠି ନିରବତା ଖେଳିଯାଇଛି । ସିନେମା ହଲ୍ ସହିତ ସମସ୍ତ ଜିମ୍ ସେଂଟର ମଧ୍ୟ ବନ୍ଦ ହୋଇଯାଇଛି । ଏହା ସହିତ ସ୍କୁଲ, କଲେଜ ଛୁଟି ଯୋଗୁଁ ରାସ୍ତା ଘାଟ ବସ୍ ବି ଖାଲି ପଡିଛି । କରୋନା ଗହଳିପୂର୍ଣ୍ଣ ସ୍ଥାନରେ ବ୍ୟାପୁଥିବାରୁ ସେଥିଲାଗି ଅଧିକାଂଶ ଲୋକ ବସ୍ରେ ବି ଯିବା ଆସିବା କରୁନାହାନ୍ତି । ଏହା ସହିତ ସିଟି ବସ ମଧ୍ୟ ଖାଲିପଡିଥିବାର ଦେଖିବାକୁ ମିଳିଛି । ଲୋକମାନେ ଏବେ କହିବାକୁ ଗଲେ ବନ୍ଦୀ ଭାବରେ ରହିଛନ୍ତି । ସେହିଭଳି ବ୍ରହ୍ମପୁର ସହରରେ ପଡିଛି କରୋନାର ପ୍ରଭାବ । ଦୁଇ ଦିନ ପୂର୍ବରୁ ୧୪୪ ଧାରା ଲାଗିଥିବା ବେଳେ ଆଜି ମଧ୍ୟ ଦେଖିବାକୁ ମିଳିଛି ସେହିଭଳି ପରିସ୍ଥିତି । ଆଜି ମଧ୍ୟ ବ୍ରହ୍ମପୁର ସହରରେ ଲାଗୁଛି ଖାଁ ଖାଁ । ସମସ୍ତ ସପିଂ ମଲ୍ ବନ୍ଦ ଥିବାବେଳେ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ରାସ୍ତା ଘାଟ ଶୂନ୍ଶାନ୍ ହୋଇଯାଇଛି । ରାଜ୍ୟରେ ଯଦିଓ କରୋନା ତାର ସେତେଦୂର କାୟା ମେଲାଇନି ତଥାପି ସରକାରଙ୍କ ନିୟମ ଅନୁସାରେ ରାଜ୍ୟବାସୀ ସଚେତନ ହୋଇ ନିୟମକୁ ମାନି ଚଳୁଛନ୍ତି । ତେବେ କରୋନା ଭୂତାଣୁକୁ ନ ଡରି ସଚେତନ ହୋଇ ରହିଲେ ଆମେ ସୁସ୍ଥ ରହିବା ସହିତ ଆମ ପରିବାର ମଧ୍ୟ ସୁସ୍ଥ ରହିବ ।