ସୁଦର୍ଶନଙ୍କ ଥ୍ରୀ-ଡି ବାଲୁକାକଳାର ସର୍ବବୃହତ ମାସ୍କ

ସୁଦର୍ଶନଙ୍କ ଥ୍ରୀ-ଡି ବାଲୁକାକଳାର ସର୍ବବୃହତ ମାସ୍କ

ସୁଦର୍ଶନଙ୍କ ଥ୍ରୀ-ଡି ବାଲୁକାକଳାର ସର୍ବବୃହତ ମାସ୍କ
ପୁରୀ: ବଡ଼ଦିନ ଉପଲକ୍ଷେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ଆଉ ଏକ ରେକର୍ଡ ସୃଷ୍ଟିକାରୀ ଥ୍ରୀ ଡି ବାଲୁକା କଳା । ଏହି ବାଲୁକା କଳାକୁ ଲିମକା ବୁକ ଅଫ ୱାଲର୍ଡ ରେକର୍ଡରେ ସାମିଲ କରିବାକୁ ସେ ପ୍ରସ୍ତୁତ କରିଛନ୍ତି । ଏକ ଶହ ଫୁଟ ଲମ୍ବାର ଏହି ମାସ୍କକୁ ଦୁଇ ପାଖରୁ ଦୁଇ ଜଣ ସାନ୍ତାକ୍ଲୁଜ ଧରିଛନ୍ତି । ଛଅ ହଜାର ବର୍ଗଫୁଟ ଇଲାକାରେ ସେ ଏହି ଥ୍ରୀଡ଼ି ବାଲୁକାକଳାର ପ୍ରସ୍ତୁତ କରିଛନ୍ତି । ଏହା ପୂର୍ବରୁ ଚାରି ହଜାର ନଅ ବର୍ଗଫୁଟ ଇଲାକାରେ ବାଲୁକା କଳା ନିର୍ମାଣ କରି ଲିମକା ବୁକ ଅଫ ୱାଲର୍ଡ ରେକର୍ଡ କରିଥିଲେ । ଲିମକା ବୁକ ଅଫ ୱାଲର୍ଡ ରେକର୍ଡ ସଂସ୍ଥା ଅନୁମୋଦନ କ୍ରମେ ଏହି ବାଲୁକା କଳା ସେ ପ୍ରସ୍ତୁତ କରିଛନ୍ତି । ଏହା ପୂର୍ବରୁ ବାଲୁକା କଳା ପ୍ରସ୍ତୁତିରେ ୧୧ଟା ବିଶ୍ୱ ରେକର୍ଡ ହାସଲ କରିଛନ୍ତି ।