ସମୁଦ୍ର ଭିତରରେ ମନ୍ଦିର, ସ୍କୁବା ଡାଇଭିଂ ଦ୍ୱାରା ଦେଖିହେବ
ସମୁଦ୍ର ଭିତରରେ ମନ୍ଦିର, ସ୍କୁବା ଡାଇଭିଂ ଦ୍ୱାରା ଦେଖିହେବ
admin
Feb 24, 2021 - 11:10
Updated: Feb 24, 2021 - 11:10
ସନାତନ ଧର୍ମ ଅନୁ୍ୟନ ବାର ହଜାର ବର୍ଷ ପୁରୁଣା । ଏହା ଏକଦା ବେଶ ସମ୍ପ୍ରସାରିତ ହୋଇଥିଲା । ଭାରତ ବାହାରେ ଅନେକ ଅଞ୍ଚଳରେ ହିନ୍ଦୁ ମନ୍ଦିରର ଧ୍ୱଂସାବଶେଷ ଏହାର ପ୍ରାଣମ । ପଚିଶ ଶହ ବର୍ଷ ତଳେ ଆବ୍ରାହମିକ ଧର୍ମର ଉତଥାନ ସହ ଏହାର ପତନ ପର୍ବ ଆରମ୍ଭ ହୋଇଥିଲା । ଏକ ପ୍ରାଚୀନ ମନ୍ଦିରର ଅବଶେଷ ବାଲି ନିକଟସ୍ଥ ସମୁଦ୍ରରେ ଦେଖିବାକୁ ମିଳେ । ପୂଜା ହେଉ ନଥିଲେ ହେଁ ଏହାର ଧାର୍ମିକ ତଥା ପର୍ଯ୍ୟଟନ ଗୁରୁତ୍ୱ ରହିଛି । ବାଲିର ପେମୁତେରାନ ବେଳାଭୂମିରୁ ମୋଟର ବୋଟରେ ସମୁଦ୍ର ଭିତରକୁ ଯାଇ ବୁଡ଼ାଳିଙ୍କ ସାହାଯ୍ୟରେ କେବଳ ସ୍କୁବା ଡାଇଭିଂ ଦ୍ୱାରା ଏହି ମନ୍ଦିର ଦେଖିହୁଏ । ସ୍ଥାନୀୟ ଭାଷାରେ ଏହାର ନାମ ଜଳ ତଳ ମନ୍ଦିର ବଗିଚା’ । ପାଣି ତଳେ ବିଷ୍ଣୁ, ବୁଦ୍ଧ ଓ ଅନେକ ଦେବା ଦେବୀଙ୍କ ବିଶାଳ ପ୍ରତିମାମାନ ଦେଖିବାକୁ ମିଳେ । ପାଞ୍ଚ ହଜାର ବର୍ଷ ତଳେ ସ୍ଥଳ ଭାଗରେ ମନ୍ଦିର ତିଆରି ହୋଇଥିଲା । ସମୁଦ୍ର ଜଳ ସ୍ତର ବଢ଼ିବା କାରଣରୁ ମନ୍ଦିର ପାଣି ତଳକୁ ଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ଗତ କେତେ ହଜାର ବର୍ଷ ମଧ୍ୟରେ ଭାରତ ମହାସାଗର ଓ ଆରବ ସାଗରର ଜଳ ସ୍ତର ପାଞ୍ଚ ଶହ ମିଟର ବଢ଼ିଛି । ଏହି କାରଣରୁ ରାମ ସେତୁ, ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀ ଆଦି ପାଣିରେ ବୁଡ଼ିଥିବା ବିଶ୍ୱାସ