ପାତାଳୀ ଶ୍ରୀକ୍ଷେତ୍ର

ପାତାଳୀ ଶ୍ରୀକ୍ଷେତ୍ର

ପାତାଳୀ ଶ୍ରୀକ୍ଷେତ୍ର

ପାତାଳୀ ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲା ତଥା ଓଡ଼ିଶାର ଏକ ପ୍ରସିଦ୍ଧ ଐତିହାସିକ ମହତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ । ମାଦଳା ପାଞ୍ଜିରେ ବରଣିତ ଅଛି, ଶୋଭବ ଦେବଙ୍କ ୨ୟ ଅଙ୍କରେ ରକ୍ତବାହୁର ଆକ୍ରମଣ ସମୟରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କୁ ତତ୍କାଳୀନ ସୋନପୁର ରାଜ୍ୟର କୋଟସମଲାଇ ଗିରି କନ୍ଦରରେ ଦୀର୍ଘ ୧୪୪ ବର୍ଷ ଲୁଚାଇ ରକ୍ଷା ଯାଇଥିଲା। ପରବର୍ତୀ ସମୟରେ ମହାରାଜା ଯଜତିକେଶରୀ ଆନୁସନ୍ଧାନ କରି ଗୁମ୍ଫା ଖନନ ପୂର୍ବକ ଦିବ୍ୟ ବ୍ରହ୍ମ ପିଣ୍ଡଙ୍କୁ ଉଦ୍ଧାର କରି ନୂତନ ବିଗ୍ରହ ନିର୍ମାଣ କରି ଶ୍ରୀକ୍ଷେତ୍ର ପୁରୀ ରେ ପୁନଃ ପ୍ରତିଷ୍ଠା କରାଇ ଥିଲେ । ପ୍ରଭୁ ଏଠାରୁ ଗଲେ ମଧ୍ୟ ଏ ପୀଠ ଶ୍ରୀହୀନ ହୋଇନାହି ।

ଶ୍ରଦ୍ଧାଳୁମାନେ ଏଠାରେ ତାଙ୍କ ଉପସ୍ଥିତି କୁ ଉପଲବ୍ଧି କରିଛନ୍ତି । ଘଞ୍ଚ ଜଙ୍ଗଲ ଭିତରେ ଗିରି କନ୍ଦରରେ ଶ୍ରୀମନ୍ଦିର ରତ୍ନ ସିଂହାସନ ର ସୁଗନ୍ଧ ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏହି ପୀଠ କୁ ପାତାଳୀ ଶ୍ରୀକ୍ଷେତ୍ର ର ମାନ୍ୟତା ବହୁ ବର୍ଷ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପୀଠରେ ଚତୁର୍ଦ୍ଧା ମୂର୍ତି କରାଯାଇଛି ।

ପୁରୀ ମନ୍ଦିର ପରି ଏଠାରେ ମଧ୍ୟ ପ୍ରଭୁଙ୍କ ସବୁ ରୀତିନୀତି ପ୍ରତ୍ୟହ କରାଯାଏ । ଏଠାକୁ ବହୁ ଭକ୍ତ ତଥା ପର୍ଯ୍ୟଟକ ଆସିଥାନ୍ତି । ଏହା ସୋନପୁର ଜିଲ୍ଲାର ସଦର ମହକୁମା ଉତ୍ତର ପଶ୍ଚିମ ଦିଗ କୋଟ ସମଲାଇ ଗ୍ରାମ ନିକଟ ତ୍ରିକୂଟ ପାହାଡ଼ରେ ଅବସ୍ଥିତ । ଚାରିଆଡ଼େ ପାହାଡ଼ ଘେରି ହୋଇ ରହିଥିବାରୁ ଏହା ଏକ ଉପତ୍ୟକା ଭଳି ମନେ ହୁ ଏ । ଅନେକେ ବିଶ୍ୱାସ କରନ୍ତି ଏହି ଗୁମ୍ଫାମାନଙ୍କରେ ଅନେକ ଧନରତ୍ନ ଲୁକ୍କାୟିତ ଅବସ୍ଥାରେ ଅଛି । ସେଇ ଗୁମ୍ଫାଗୁଡ଼ିକରେ ମୁନିଋଷିମାନେ ରହି ପୂଜା କରିଆସୁଛନ୍ତି ।

ତ୍ରିକୂଟ ପାହାଡ଼ର ଠିକ୍ ପଶ୍ଚିମ ଦିଗକୁ ଥିବା ଚନ୍ଦନ ଖୋଲ  ନିକଟରେ ଥିବା ଗୋଟିଏ ବଡ଼ ଆମ୍ବଗଛ ମୂଳରୁ ଝରଣାଟିଏ ବାହାରିଛି । ଏହି ସ୍ଥାନର ମାଟି ଚନ୍ଦନ ଭଳିଆ ବାସ୍ନା ହେଉଥିବାରୁ ଏହାକୁ ଚନ୍ଦନ ଖୋଲ ବୋଲି ଲୋକମାନେ କହନ୍ତି । ସେଇ ପାହାଡ଼ରେ ଥିବା ଗୁମ୍ଫାଗୁଡ଼ିକୁ ସ୍ଥାନୀୟ ଲୋକମାନେ ବିଭିନ୍ନ ନାମରେ ନାମକରଣ କରିଛନ୍ତି, ଯଥା- ମାଧବ ଗୁମ୍ଫା ଧନା ଗୁମ୍ଫା, ରାଣୀ ଖୋଲଗୁମ୍ଫା, ଦାରୁକୋଣ ଗୁମ୍ଫା ଇତ୍ୟାଦି । ଦାରୁକୋଣ ଗୁମ୍ଫାରେ ହିଁ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କୁ ପାତାଳୀ କରାଯାଇଥିଲା ।

କିଭଳି ପହଁଞ୍ଚିବେ:

* ବିମାନ ମାର୍ଗରେ - ଭୁବନେଶ୍ବର ହେଉଛି ପାଖ ଉଡା ଜାହାଜ ବନ୍ଦର 

* ରେଳଗାଡ଼ିରେ - ବଲାଙ୍ଗିର ହେଉଛି ପାଖ ରେଳ ସ୍ଟେଶନ।

* ସଡ଼କ ପଥରେ - ଏନଏଚ ୫୭ ଜିଲ୍ଲା ମଧ୍ୟ ଦେଇ ଯାଇଛି , ଭୁବନେଶ୍ବର ଓ ରାଇପୁର ସହିତ ଯୋଗା ଯୋଗ ଅଛି ।