ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ

ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ

ସୁରେଶ ମହାପାତ୍ର  ନୂଆ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ସୁରେଶ ମହାପାତ୍ର ହେବେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଅପରପକ୍ଷରେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତ କରାଯାଇଛି । ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ପ୍ରଶାସନିକସ୍ତରରେ ଅନେକ ଅଦଳବଦଳ କରିଥିଲେ । ଚଳିତ ମାସରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ତେଣୁ ପରବର୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ସେନେଇ ଚର୍ଚ୍ଚା ଜୋରଦାର ହେଉଥିଲା । ତେବେ ଏହି ଦୌଡ଼ରେ ସୁରେଶ ସର୍ବାଗ୍ରେ ରହିଥିଲେ । ଜଣେ ଦକ୍ଷ ଆଇଏଏସ ଅଫିସର ଭାବେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି । ରାଜ୍ୟ ସରକାରଙ୍କ ବହୁ ବିଭାଗରେ ସେ କାର୍ଯ୍ୟ କରି ନିଜ ଦକ୍ଷତାର ପରାକାଷ୍ଠା ପ୍ରତିପାଦିତ କରିଥିଲେ । ସେହିପରି ବରିଷ୍ଠ ଆଇଏଏସ ପ୍ରଦୀପ ଜେନା ବହୁ ବିଭାଗରେ କାର୍ଯ୍ୟ କରି ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ । ତେଣୁ ତାଙ୍କୁ ରାଜ୍ୟ ସରକାର ଉନ୍ନୟନ କମିଶନର ଭାବେ ନିଯୁକ୍ତ କରାଯାଇଛି । ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ନୂଆବର୍ଷ ପୂର୍ବରୁ ଶେଷ ହେଉଥିଲେବି ତାଙ୍କୁ ମଧ୍ୟ ପ୍ରମୁଖ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରିବେ । ଆଂଚଳିକ ବିକାଶ, ପର୍ଯ୍ୟଟନ, କୃଷି ବିପଣନ ଓ ଶିଳ୍ପର ପ୍ରମୁଖ ଉପଦେଷ୍ଟା ଭାବେ ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ସୁରେଶ ଏବେ ଉନ୍ନୟନ କମିଶନର ଥିବାବେଳେ ତାଙ୍କ ସ୍ଥାନରେ ପ୍ରଦୀପ ଜେନାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଜର ଦାୟିତ୍ୱ ତୁଲାଇବେ ।