ସେନା ଅଧିକାରୀଙ୍କୁ ଜୀବନ୍ତ ଜାଳିଦେଲେ ଦୁର୍ବୃତ୍ତ

ସେନା ଅଧିକାରୀଙ୍କୁ ଜୀବନ୍ତ ଜାଳିଦେଲେ ଦୁର୍ବୃତ୍ତ

ସେନା ଅଧିକାରୀଙ୍କୁ ଜୀବନ୍ତ ଜାଳିଦେଲେ ଦୁର୍ବୃତ୍ତ
ମହାରାଷ୍ଟ୍ରର: ମହାରାଷ୍ଟ୍ରର ପାଳଘର ଜିଲ୍ଲାରେ ଭାରତୀୟ ଜଳସେନାରେ କାର୍ୟ୍ୟରତ ଜଣେ ଅଧିକାରୀଙ୍କୁ ଚେନ୍ନାଇରୁ ଅପହରଣ କରାଯାଇ ଜୀଅନ୍ତା ଜାଳି ଦିଆଯାଇଛି । ପାଳଘର ପୋଲିସର ସୂଚନା ଅନୁସାରେ ନୌସେନାର ଅଧିକାରୀ ହେଲେ ସୁରଜ କୁମାର ଦୁବେ (୨୭) । ସେ ଝାଡ଼ଖଣ୍ଡର ରାଂଚୀ ନିବାସୀ ଥିଲେ । ପାଳଘର ପୋଲିସକୁ ମିଳିଥିବା ସୂଚନା ଅନୁସାରେ ସୁରଜ ଦୁବେ ନାଁରେ ନୌସେନା ଅଧିକାରୀଙ୍କ ଚେନ୍ନାଇ ବିମାନବନ୍ଦର ନିକଟରେ ଅପହରଣ ହୋଇଥିଲା ।ଦୁର୍ବୃତ୍ତମାନେ ଅପହରଣ ପରେ ନୌସେନା ଅଧିକାରୀ ୧୦ ଲକ୍ଷ ଟଙ୍କା ମାଗିଥିଲେ । କିନ୍ତୁ ଏହା ନ ମିଳିବା ପରେ ଅଧିକାରୀଙ୍କୁ ସେମାନେ ୧୪୦୦ କିଲୋମିଟର ଦୂର ପାଳଘରସ୍ଥିତ ଜଙ୍ଗଲକୁ ନେଇଯାଇଥିଲେ । ଜଙ୍ଗଲରେ ସୁରଜଙ୍କୁ ପେଟ୍ରୋଲ ଢାଳି ଦେଇଥିଲେ । ନିଆଁ ଲଗାଇବା ପରେ ସେଠାରୁ ଚାଲି ଯାଇଥିଲେ । କିନ୍ତୁ ସୁରଜ ଘଟଣାସ୍ଥଳରେ ବଂଚିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।