ସ୍ଲିମ୍‌ ହେବା ପାଇଁ ଆପଣାନ୍ତୁ ଏହି ଉପାୟ

ସ୍ଲିମ୍‌ ହେବା ପାଇଁ ଆପଣାନ୍ତୁ ଏହି ଉପାୟ

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଅଭ୍ୟାସ କରି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇ କୋଲା ରସୁଣ ଚୋବାଇ ଖାଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ଅନାବଶ୍ୟକ ଚର୍ବି ତଳି ପେଟରୁ ବାହାରି ଯାଇଥାଏ। ରସୁଣରେ ଭିଟାମିନ୍‌-‘ଏ’, ‘ବି’, ‘ସି’, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍‌, ଜିଙ୍କ୍‌, ଲୌହ, ମ୍ୟାଗ୍ନେସିୟମ୍‌, ଫସଫରସ୍‌ ପ୍ରଭୃତି ରହିଥାଏ। ହାର୍ଟ ଆଟାକ୍‌ ରେ ଏହା ମହୌଷଧୀ ଭଳି କାମ କରେ। ନିୟମିତ ୨ଟି ରସୁଣ କୋଲାକୁ ପାଣିରେ ଫୁଟାଇ ଛାଣି ଏହାକୁ ଚା’ପରି ପିଇଲେ ଉଚ୍ଚ ରକ୍ତଚାପ, ମାନସିକ ଚାପ, କର୍କଟ, ହାର୍ଟ ଆଟାକ୍‌ ଆଦିରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି