ଜାଣନ୍ତୁ ଡିପ୍ରେସନର ଲକ୍ଷଣ , ଏଥିରୁ ରକ୍ଷା ପାଇବାର ଉପାୟ

ଜାଣନ୍ତୁ ଡିପ୍ରେସନର ଲକ୍ଷଣ , ଏଥିରୁ ରକ୍ଷା ପାଇବାର ଉପାୟ

ଜାଣନ୍ତୁ ଡିପ୍ରେସନର ଲକ୍ଷଣ , ଏଥିରୁ ରକ୍ଷା ପାଇବାର ଉପାୟ
ଡିପ୍ରେସନ କଣ ? ଖୁସି ଆଉ ଦୁଃଖ ଜୀବନର ଦୁଇଟି ମୁଖ୍ୟ ଜିନିଷ। ସମସ୍ତେ ଚାହାନ୍ତି ନିଜ ଜୀବନରେ ଖୁସି ସର୍ବଦା ଲାଗିରହୁ । କିନ୍ତୁ ଏମିତି ହେବା ସମ୍ଭବ ନୁହେଁ । ଦୁଃଖ ଓ ଖୁସି ଉଭୟ ଜୀବନରେ ଦଲକାଏ ପବନ ପରି ଆସିଥାଏ । ଜୀବନରେ ଖୁସିଯେତେ ଆସିଲେ ତାହା କମ୍‌ ଲାଗେ । କିନ୍ତୁ ଦୁଃଖର ଗୋଟିଏ ଛାୟା ମଧ୍ୟ ମଣିଷକୁ ଅନ୍ତରୁ ଭାଙ୍ଗିରୁଜି ଦିଏ । ଏଣୁ କୌଣସି ବ୍ୟକ୍ତି ଅଧିକ ଦିନ ଧରି ଦୁଃଖ , କଷ୍ଟ ଓ ଖରାପ ଅନୁଭବ କରିବାକୁ ଡିପ୍ରେସନ ବୋଲି କୁହାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁତାବିକ୍ ଦୁନିଆରେ ରୋଗର ସବୁଠୁ ବଡ଼ କାରଣ ଡିପ୍ରେସନ ଅଟେ । ମୁଖ୍ୟ କଥା ହେଲା ଡିପ୍ରେସନର ଶିକାର କେବଳ ବୟସ୍କ ନୁହେଁ କମ୍‌ ବୟସର ପିଲା ମଧ୍ୟ ଏଥିରେ ଅଛନ୍ତି । ଡିପ୍ରେସନର ଲକ୍ଷଣ – ସବୁବେଳେ ଉଦାସ ରହିବା । ଏକୁଟିଆ ବସିବାକୁ ଇଚ୍ଛା ହେବା । ଆଲୋକରେ ଚିଡ଼ିଚିଡ଼ା ହେବା , ଅନ୍ଧାରରେ ବସିବାକୁ ଭଲପାଇବା । ଯେଉଁ କାମ କରିବାରେ ଖୁସି ଆସେ , ତାକୁ ନକରିବାରୁ ଇଚ୍ଛା ହେବା । ମନ ଶାନ୍ତ ନରହି , ଚିନ୍ତା ଗ୍ରସ୍ତ ରହିବା । କୌଣସି କଥାକୁ ଭୁଲି ଯିବା । କଣ ଠିକ୍‌ କଣ ଭୁଲ୍‌ ନଜାଣି ପାରିବା । ନିଜକୁ ବେକାର ଭାବିବା , ଅର୍ଥାତ୍‌ ଅନ୍ୟ ସହ ନିଜକୁ ତୁଳନା କରି ନିଚ୍ଚ ଭାବିବା । ନିଷ୍ପତ୍ତି ନେବାରେ ସମସ୍ୟା ହେବା । ଆତ୍ମହତ୍ୟା ଚିନ୍ତା ସର୍ବଦା ମନରେ ଆସିବା । କେମିତି ଏହି ଡିପ୍ରେସନରୁ ରକ୍ଷା ପାଇବା – ଡିପ୍ରେସନ ଯେକୌଣସି ଲୋକକୁ ଅନ୍ଧାରକୁ ଠେଲି ଦିଏ । ଯଦି କାହାଠାରେ ଏମିତି ଲକ୍ଷଣ ଦେଖୁଛନ୍ତି ତ ତୁରନ୍ତ ସମାଧାନ କରିବାର ଉପାୟ ଆପଣାନ୍ତୁ । ଯତି ଏଥିରେ ବିଳମ୍ୱ କରିଦେଲେ , ସେହି ବ୍ୟକ୍ତି ଭିତରେ ଭିତରେ ନିଜକୁ ମାରିବାର ପ୍ରକ୍ରିୟା ଆରମ୍ଭ କରିଦେବେ । ଡିପ୍ରେସନରେ ପୀଡ଼ିତ ବ୍ୟକ୍ତିର ସାହାଯ୍ୟ କରି ତାଙ୍କୁ ଆପଣ ନୂଆ ଜୀବନ ଦେଇପାରିବେ । ତୁରନ୍ତ ମନୋଚିକିତ୍ସକଙ୍କୁ ସଂପର୍କ କରନ୍ତୁ । ଡିପିର୍ସନରେ ଥିବା ଲୋକଙ୍କ କେବେ ଏକୁଟିଆ ଛାଡ଼ନ୍ତୁ ନାହିଁ । ପରିବାର ଓ ବନ୍ଧୁଙ୍କ ସହ ରୁହନ୍ତୁ । ଆଖପାଖରେ ଖୁସିର ମାହୋଲ ତିଆରି କରନ୍ତୁ । ସର୍ବଦା କୌଣସି ନା କୌଣସି କାମରେ ପୀଡ଼ିତଙ୍କୁ ବ୍ୟସ୍ତ ରଖନ୍ତୁ ।