ସ୍ୱାର୍ଥ ପାଇଁ ନିଜ ଆତ୍ମାକୁ ମଧ୍ୟ ବିକ୍ରି କରି ପାରନ୍ତି କେଜ୍ରିୱାଲ : ଅମରିନ୍ଦର
ସ୍ୱାର୍ଥ ପାଇଁ ନିଜ ଆତ୍ମାକୁ ମଧ୍ୟ ବିକ୍ରି କରି ପାରନ୍ତି କେଜ୍ରିୱାଲ : ଅମରିନ୍ଦର
admin
Dec 15, 2020 - 12:18
Updated: Dec 15, 2020 - 12:18
ଚଣ୍ଡିଗଡ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଉଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ କରିଛନ୍ତି । ନିଜର ସ୍ୱାର୍ଥ ସାଧନ ପାଇଁ କେଜ୍ରିୱାଲ ନିଜ ଆତ୍ମାକୁ ମଧ୍ୟ ବିକ୍ରି କରିଦେବେ ବୋଲି ଅମରିନ୍ଦର କହିଛନ୍ତି । ଏହା ସହିତ କେଜ୍ରିୱାଲଙ୍କୁ ଜଣେ ଭୀରୁ ବୋଲି ସମ୍ବୋଧନ କରିଛନ୍ତି ଅମରିନ୍ଦର । କୃଷି ଆଇନକୁ ନେଇ ଆପ ସରକାରଙ୍କ ବିଫଳତାକୁ ଲୁଚାଇବାକୁ କେଜ୍ରିୱାଲଙ୍କ ପ୍ରୟାସ ହାସ୍ୟାସ୍ପଦ ବୋଲି ଅମରିନ୍ଦର କହିଛନ୍ତି ।
ଉପବାସ ଭଳି ନାଟକ କରୁଥିବା କେଜ୍ରିୱାଲଙ୍କ ଅସଲ ମୁଖା ଲୋକଙ୍କ ସାମ୍ନାରେ ଖୋଲି ସାରିଛି । କେଜ୍ରିୱାଲଙ୍କ ଏହି ନିଷ୍ଫଳ ଉଦ୍ୟମ ତାଙ୍କୁ ଚାଷୀଙ୍କ କ୍ରୋଧରୁ ବଞ୍ଚାଇ ପାରିବ ନାହିଁ । କେଜ୍ରିୱାଲ ଜଣେ ଭୀରୁ, ଯିଏକି ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମ୍ମୁଖରେ ମୁଣ୍ଡ ନୂଆଁଇ ଦିଅନ୍ତି । ବିଜେପିର ବି ଟିମ ଭାବରେ କାର୍ଯ୍ୟ କରୁଥିବା କେଜ୍ରିୱାଲଙ୍କୁ ଜନତା ଉପଯୁକ୍ତ ସମୟରେ ଜବାବ ଦେବେ ବୋଲି ଅମରିନ୍ଦର କହିଛନ୍ତି । ପ୍ରାରମ୍ଭରୁ କେଜ୍ରିୱାଲ ଚାଷୀ ବିଲ ପ୍ରତି ନିଜର ସମର୍ଥନ ଜାହିର କରିଥିଲେ । ମାତ୍ର ଚାଷୀ ଆନେ୍ଦାଳନ ଯେତେବେଳେ ବୃହତର ଆକାର ଧାରଣ କଲା କେଜ୍ରିୱାଲ ରଙ୍ଗ ବଦଳେଇବା ଆରମ୍ଭ କଲେ । ଚାଷୀଙ୍କୁ ଭେଟିବା ଠାରୁ ଆରମ୍ଭ କରି ଉପବାସର ରାଜନୀତି ମଧ୍ୟ କରୁଛନ୍ତି କେଜ୍ରିୱାଲ ।
ଏହି ନୂତନ ଆଇନକୁ ବିରୋଧ କରି ଚାଷୀ ଆନେ୍ଦାଳନ ୧୮ ଦିନରେ ପହଞ୍ଚିଛି । ଏହି କଳା ଆଇନକୁ ତୁରନ୍ତ ଉଚ୍ଛେଦ କରାଯାଉ ବୋଲି ପଞ୍ଜାବର କଂଗ୍ରେସ ମୁଖ୍ୟ ସୁନୀଲ ଝାକର ମତ ଦେଇଛନ୍ତି । ଏହି ଆଇନ ଉଚ୍ଛେଦ ନହେବା ପର୍ଯ୍ୟନ୍ତ କଂଗ୍ରେସ ଆନେ୍ଦାଳନ ଜାରି ରହିବ ବୋଲି ଝାକର କହିଛନ୍ତି ।