ହଟ୍ ସିନ୍ ଦେଇ ଚର୍ଚ୍ଚାକୁ ଆସିଥିଲେ ମନ୍ଦାକିନୀ

ହଟ୍ ସିନ୍ ଦେଇ ଚର୍ଚ୍ଚାକୁ ଆସିଥିଲେ ମନ୍ଦାକିନୀ

ହଟ୍ ସିନ୍ ଦେଇ ଚର୍ଚ୍ଚାକୁ ଆସିଥିଲେ ମନ୍ଦାକିନୀ
ମୁମ୍ବାଇ: ଶୋ’ମ୍ୟାନ୍ ରାଜ କପୁର ଯେତେବେଳେ ‘ରାମ୍ ତେରେ ଗଙ୍ଗା ମୈଲୀ’ ଟାଇଟଲ୍ରେ ଏକ ଫିଲ୍ମ ନିର୍ମାଣ କରିବା ପୂର୍ବରୁ ଏଥିରେ ନାୟିକା ଭୂମିକାରେ ଜଣେ ନବାଗତାଙ୍କୁ ନେବା ଲାଗି ସ୍ଥିର କରିଥିଲେ । ସେ ବହୁ ଯୁବତୀଙ୍କର ସ୍କ୍ରିନ୍ ଟେଷ୍ଟ ମଧ୍ୟ ନେଇଥିଲେ । ଶେଷରେ ମନ୍ଦାକିନୀଙ୍କୁ ମନୋନୀତ କରିଥିଲେ ରାଜ୍ କପୁର । ମନ୍ଦାକିନୀଙ୍କୁ ସୋ’ମ୍ୟାନ୍ ମୂଳରୁ କହି ରଖିଥିଲେ ଯେ ‘ରାମ୍ ତେରୀ ଗଙ୍ଗା ମୈଲୀ’ରେ ହଟ୍ ଆଣ୍ଡ ବୋଲଡ ସିନ୍ ଦେବାକୁ ପଡ଼ିବ । ଆଉ ସେଥିରେ ସମ୍ମତି ବି ଜଣାଇଥିଲେ ମନ୍ଦାକିନୀ । ଏହି ସିନେମାରେ ମନ୍ଦାକିନୀ ଏକ ପାହାଡ଼ି ଅଞ୍ଚଳର ଅଶିକ୍ଷିତ ଯୁବତୀ ଭୂମିକାରେ ଅଭିନୟ କରୁଥିବା ହେତୁ ମୁକୁଳା ଦେହରେ ଝରଣା ତଳେ ସ୍ନାନ କରିଥିଲେ । ଏହି ଦୃଶ୍ୟ ସେତେବେଳେ ବେଶ୍ ଚର୍ଚ୍ଚିତ ହୋଇଥିଲା । ଖାଲି ସେତିକି ନୁହେଁ, ମନ୍ଦାକିନୀ ନାୟକ ରାଜୀବ କପୁରଙ୍କ ସହିତ ଏକ ଲିପ୍ ଟୁ ଲିପ୍ କିିସ୍ ସିନ୍ ବି କରିଥିଲେ । ଅନ୍ୟ ଏକ ଦୃଶ୍ୟରେ ମନ୍ଦାକିନୀ ଶିଶୁପୁତ୍ରକୁ ସ୍ତନ୍ୟପାନ କରାଉଥିବାର ଦେଖିବାକୁ ପାଇଥିଲେ ଦର୍ଶକ । ‘ରାମ୍ ତେରେ ଗଙ୍ଗା ମୈଲୀ’ ସୁପରହିଟ୍ ହେବାପରେ ମନ୍ଦାକିନୀ ଷ୍ଟାର୍ ବନିଯାଇଥିଲେ ଏବଂ ଅନେକ ସିନେମାରେ ନାୟିକା ଭୂମିକାରେ ନଜର ଆସିଥିଲେ । କିନ୍ତୁ ‘ରାମ୍ ତେରୀ ଗଙ୍ଗା ମୈଲୀ’ର ଗଙ୍ଗା ଚରିତ୍ର ପାଇଁ ଯେଉଁଭଳି ଚର୍ଚ୍ଚା ସେ ସାଉଁଟିଥିଲେ । ଅନ୍ୟ କୌଣସି ସିନେମାରେ ତାଙ୍କୁ ସେଭଳି ପ୍ରଶଂସା ମିଳିନଥିଲା ।