ହରଡଘଣାରେ ମମତା ସରକାର

ହରଡଘଣାରେ ମମତା ସରକାର

ହରଡଘଣାରେ ମମତା ସରକାର
ହରଡଘଣାରେ ମମତା ସରକାର । କରୋନା ସଂଖ୍ୟାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଅନେକ ଅଭିଯୋଗ ଲାଗିଛି । ଏପରିକି ତଥ୍ୟରେ ତାଳମେଳ ନଥିବା ବିରୋଧି ଦଳ ଅଭିଯୋଗ କରିଥିଲେ । ଏହା ମଧ୍ୟରେ ରାଜ୍ୟ ସରକାର କାର‌୍ୟ୍ୟାନୁଷ୍ଠାନ ସ୍ୱରୂପ ସ୍ୱାସ୍ଥ୍ୟସଚିବ ବିବେକ କୁମାରକୁ ହଟାଇ ଦେଇଛନ୍ତି । ଏହାସହିତ ନାରାୟଣ ସ୍ୱରୂପଙ୍କୁ ନୂତନ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି । ଗତ କିଛି ଦିନ ତଳେ କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ରାଜିବ ସିହ୍ନାଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ ରାଜ୍ୟର ଖରାପ ପ୍ରଦର୍ଶନ ବାବଦରେ ଉଲ୍ଲେଖ ରହିଥିଲା । ସଠାରେ ମୃତ୍ୟୁହାର ୧୨.୮ ପ୍ରତିଶତ ଯାହା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ବୋଲି କୁହାଯାଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ କହିଥିଲେ ଯେ, କେନ୍ଦ୍ର ସରକାର ସଙ୍ଘୀୟ ଢାଞ୍ଚାକୁ ରକ୍ଷା କରନ୍ତୁ । ଏହି ସଙ୍କଟ ସମୟରେ ରାଜନୀତି କରିବା ଠିକ ନୁହେଁ । ଏପରିକି ସେ କେନ୍ଦ୍ର ସରକାର ଭେଦଭାବ କରୁଥିବା ମଧ୍ୟ ଅଭିଯୋଗ ଲଗାଇଥିଲେ । ପଶ୍ଚିମବଙ୍ଗ ସହ ଅନ୍ତାରାଷ୍ଟ୍ରୀୟ ସୀମା ଲାଗି ରହିଛି ଓ ରାଜ୍ୟ କରୋନା ମୁକାବିଲା ସଠିକ ଭାବେ କରୁଛି ବୋଲି କହିଥିଲେ ।