ୟୁଜି/ପିଜି ଶେଷ ବର୍ଷର ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
ୟୁଜି/ପିଜି ଶେଷ ବର୍ଷର ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟ ବିଶ୍ୱବିଦ୍ୟାଳୟ ସମେତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେଉଁ ପଦ୍ଧତିରେ ଅନୁଷ୍ଠିତ ହେବ, ସେନେଇ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିବା କୁଳପତି ସମ୍ମିଳନୀରେ ଚୂଡ଼ାନ୍ତ ମୋହର ଲାଗିଛି । ବୈଠକ ପୂର୍ବରୁ ଗତ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନେ ସେମାନଙ୍କ ଅଧୀନ ସ୍ୱୟଂଶାସିତ କଲେଜ, ଡିଗ୍ରି କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି । ସମସ୍ତଙ୍କ ମତାମତକୁ ଆଧାର କରି ନିଷ୍ପତ୍ତି ନିଆଯାଇଛି ।
ଏନେଇ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତିଯେ, ଅନଲାଇନରେ ପରୀକ୍ଷା କରିବାକୁ ନିଷ୍ପତି ନିଆଯାଇଛି । ଯେଉଁମାନଙ୍କର ବ୍ୟାକ ଲାଗିଛି ସେମାନେ ମଧ୍ୟ ଅନଲାଇନରେ ପରୀକ୍ଷା ଦେବେ ।