୧୧ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ପଦୋନ୍ନତି
୧୧ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ପଦୋନ୍ନତି
ଭୁବନେଶ୍ୱର: ଓଡ଼ିଶା ପ୍ରାଶାସନିକ ସେବାର ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ର ସରକାର ଆଇଏଏସ୍ ପଦବୀକୁ ପଦୋନ୍ନତି ଦେଇଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ଏହି ଅଧିକାରୀମାନଙ୍କୁ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ଅଧିକାରୀମାନଙ୍କୁ ଓଡ଼ିଶା କ୍ୟାଡର୍ ଆବଣ୍ଟନ କରାଯିବ।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୨୦ ଜାନୁଆରି ୧ରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ଖାଲିପଡ଼ିଥିବା ପଦରେ ୧୧ଜଣ ବରିଷ୍ଠ ଓଏଏସଙ୍କୁ ଆଇଏଏସ୍ ପଦକୁ ପଦୋନ୍ନତି ଦିଆଯାଇଛି । ଆଇଏଏସ୍ ପଦରେ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ ଥିବା ଏହି ଅଫିସରମାନେ ହେଲେ ସୁଷମାରାଣୀ ଦେବୀ, ଦିଲ୍ଲୀପ ରାଉତରାଏ,ସୁଧାକର ବୁର୍ଗି, ଉଦ୍ଧବ ଚନ୍ଦ୍ର ମାଝୀ, ଜ୍ୟୋତି କୁମାର ଲାକ୍ରା, ଇନ୍ଦ୍ରମଣୀ ତ୍ରିପାଠୀ, ସୁବ୍ରତ ଶତପଥୀ, ତ୍ରିଲୋଚନ ପ୍ରଧାନ, ଆଲୋକ କୁମାର କର, ସୁଶାନ୍ତ କୁମାର ଦାଶ ଓ କମଳ ଲୋଚନ ମିଶ୍ର ଅଛନ୍ତି ।
ତେବେ ଏହି ଅଫିସରମାନଙ୍କ ଆଇଏଏସ୍ ପଦରେ ନିଯୁକ୍ତି ଓଡ଼ିଶା ହାଇକୋର୍ଟରେ ସଞ୍ଜିତା ଦାସ ମାମଲା ଏବଂ ସୂର୍ୟ୍ୟମାଧବ ପାଣିଗ୍ରାହୀଙ୍କ ଦ୍ୱାରା ସ୍ୟାଟରେ ଚାଲିଥିବା ମାମଲାର ଶୁଣାଣିର ଫଳାଫଳ ଉପରେ ନିର୍ଭର କରୁଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୨୪୮ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍ ପଦ ଥିବାବେଳେ ସେଥିରୁ ଏବେ ୧୮୦ଟି ପଦରେ ଅଫିସରମାନେ କାର୍ୟ୍ୟରତ ରହିଛନ୍ତି।




admin 