ଘୁଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ବାହାଘର

ଘୁଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ବାହାଘର

ଘୁଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ବାହାଘର

ୱେଲିଂଟନ୍‌: କରୋନା ପାଇଁ ଘୁଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ବାହାଘର। ଏଭଳି କରିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ । ନିଜେ ଜାରି କରିଥିବା କଟକଣା ଯେପରି ଉଲ୍ଲଂଘନ ହେବ ନାହିଁ, ସେଥିଲାଗି ସେ ନିଜ ବିବାହକୁ ଘୁଞ୍ଚାଇଛନ୍ତି। ଏବେ ନ୍ୟୁଜଲାଣ୍ଡରେ ତାଣ୍ଡବ ରଚି ଚାଲିଛି ମହାମାରୀ କରୋନା। ସେଠାକାର ସରକାର କମ୍ୟୁନିଟି ସ୍ପ୍ରେଡ୍‌କୁ ରୋକିବା ପାଇଁ କଡା କଟକଣା ଲାଗୁ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ନିଜ ବିବାହକୁ ରଦ୍ଦ କରିଦେଇଛନ୍ତି।