ନେତାଜୀଙ୍କ ଜୟନ୍ତୀକୁ ଛୁଟି ଘୋଷଣା କରିବାକୁ ଦାବି କଲେ ମମତା

ନେତାଜୀଙ୍କ ଜୟନ୍ତୀକୁ ଛୁଟି ଘୋଷଣା କରିବାକୁ ଦାବି କଲେ ମମତା

ନେତାଜୀଙ୍କ ଜୟନ୍ତୀକୁ ଛୁଟି ଘୋଷଣା କରିବାକୁ ଦାବି କଲେ ମମତା

କୋଲକାତା ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଆଜି ସମଗ୍ର ଦେଶରେ ପାଳିତ ହେଉଛି। ଆଜିଠାରୁ ଦେଶର ସାଧାରଣତନ୍ତ୍ର ଦିବସ ଉତ୍ସବ ମଧ୍ୟ ଆରମ୍ଭ ହେଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ନେତାଜୀଙ୍କକ ଜୟନ୍ତୀ ଜାତୀୟ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି

ଜାନୁଆରୀ ୨୩କୁ ‘ଦେଶ ନାୟକ ଦିବସ’ ପାଳନ କରିବା ସହ ଜାତୀୟ ଛୁଟି ଘୋଷଣା କରିବା ପାଇଁ ମୋଦିଙ୍କ ନିକଟରେ ଦାବି କରିଛନ୍ତି ଦିଦି। ମମତା ବାନାର୍ଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଜାତୀୟ ଏବଂ ବିଶ୍ୱସ୍ତରୀୟ ଆଇକନ୍ ଭାବେ ନେତାଜୀଙ୍କ ଇତିହାସ ଭାରତୀୟ ଇତିହାସରେ ଅତୁଳନୀୟ।

 ମମତା ଆହୁରି କହିଛନ୍ତି, ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ୍ରେ ନେତାଜୀଙ୍କ ପ୍ରଜ୍ଞାପନ ମେଢ଼ ସାମିଲ କରାଯିବ। ଏଥିସହ ଆମଦେଶ ସ୍ୱାଧୀନତାର ୭୫ ବର୍ଷ ଅବସରରେ ପଶ୍ଚିମବଙ୍ଗର ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ। ମୁଁ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଯେ ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରାଯାଉ। ଫଳରେ ସମଗ୍ର ଦେଶ ଜାତୀୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବ ଏବଂ ଦେଶ ନାୟକ ଦିବସଙ୍କୁ ଏକ ଭଲଭାବେ ପାଳନ କରିପାରିବ।’

ଅନ୍ୟପଟେ ମୋଦି ନେତାଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ୧୨୫ତମ ଜୟନ୍ତୀ ଅବସରରେ ମୋର ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଦେଶ ପ୍ରତି ତାଙ୍କର ପ୍ରତିଟି ଯୋଗଦାନକୁ ନେଇ ସମସ୍ତ ଭାରତୀୟ ଆଜି ଗର୍ବିତ।