୧୧ ରୁ ପ୍ରାକ ବଜେଟ ଆଲୋଚନା

୧୧ ରୁ ପ୍ରାକ ବଜେଟ ଆଲୋଚନା

୧୧ ରୁ ପ୍ରାକ ବଜେଟ ଆଲୋଚନା
ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ରୀୟ ବଜେଟ ଆଗତ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ ବଜେଟ ଆଲୋଚନା କରିବେ । ଜୁନ ୧୧ରୁ ୨୩ ତାରିଖ ପର୍ଯ୍ୟନ୍ତ ସୀତାରମଣ ବିଭିନ୍ନ କ୍ଷେତ୍ରର ଅଂଶଦାରଙ୍କ ସହ ବ୍ୟାପକ ବିଚାରବିମର୍ଶ କରିବେ । ବଜେଟ ପ୍ରସ୍ତୁତି ପୂର୍ବରୁ ସରକାର ପାରମ୍ପରିକ ଭାବେ ସବୁ କ୍ଷେତ୍ରରେ ଅଂଶଦାରଙ୍କୁ ଡାକି ଆଲୋଚନା କରିଥାନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଅର୍ଥନୀତିଜ୍ଞ, ବ୍ୟାଙ୍କର ଏବଂ ଆର୍ଥିକ ଅନୁଷ୍ଠାନଗୁଡିକର ମୁଖ୍ୟମନ୍ତ୍ରୀ ଜୁନ ୧୧ ରୁ ୨୩ ତାରିଖ ମଧ୍ୟରେ ଭେଟି ଅଲୋଚନା କରିବେ । ସେହିଭଳି ରାଜ୍ୟ ଅର୍ଥମନ୍ତ୍ରୀମାନେ ମଧ୍ୟ ବଜେଟ ୨୦୧୯-୨୦ ପାଇଁ ନିଜ ସୁପରାମର୍ଶ ପ୍ରଦାନ କରିବେ । ସେହିଭଳି ରାଜ୍ୟ ଅର୍ଥମନ୍ତ୍ରୀମାନେ ମଧ୍ୟ ବଜେଟ ୨୦୧୯-୨୦ ପାଇଁ ନିଜ ସୁପାରାମର୍ଶ ପ୍ରଦାନ କରିବେ ଏବଂ ବଜେଟ ଅନୁଦାନ ବୃଦ୍ଧି ପାଇଁ ଦାବି କରିବେ । ଜୁନ ୨୦ରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ସଂସ୍ଥାରୁ ସସ୍ଥାକୁ (ବି୨ବି) ବିକ୍ରି କ୍ଷେତ୍ରରେ ଇ-ଇନଭଏସ ଜାରି ପାଇଁ କମ୍ପାନିଗୁଡିକ ଲାଗି କାରବାର ସୀମା ୫୦ କୋଟି ଟଙ୍କା କରାଯାଇପାରେ ।ଅର୍ଥାତ ୫୦ କୋଟିର କାରବାର ଥିବା କମ୍ପାନିମାନେ ହିଁ ଏକ କେନ୍ଦ୍ରୀକୃତ ସରକାରୀ ପୋର୍ଟାଲରେ ଇ-ଇନଭଏସ ଦର୍ଶାଇବେ । ଟିକସ ଫାଙ୍କିକୁ ରୋକିବା ପାଇଁ ଜିଏସଟି ପରିଷଦ ଏହି ପଦକ୍ଷେପ ନେଇପାରେ । ମୋଦି ୨.୦ ସରକାରର ପ୍ରଥମ ବଜେଟ ସୀତାରମଣ ଆଗତ କରିବାକୁ ଯାଉଛନ୍ତି । ତାଙ୍କ ପ୍ରଥମ ବଜେଟରେ ୫୯ ବର୍ଷୀୟା ସୀତାରମଣ ଧିମା ଅର୍ଥନୀତି, ବ୍ୟାଙ୍କ ଏନପିଏ ବୃଦ୍ଧି ଏନବିଏଫସିରେ ଲିକ୍ସିଡିଟି ସଂକଟ, ନିଯୁକ୍ତି ହ୍ରାସ ,ଧିମା ଅର୍ଥନୀତି, ବ୍ୟାଙ୍କ ଏନପିଏ ବୃଦ୍ଧି ଏନବିଏଫସିରେ ଲିକ୍ସିଡିଟି ସଂକଟ, ନିଯୁକ୍ତି ହ୍ରାସ , ଧିମା ଘରୋଇ ନିବେଶ ଆଦି ସମସ୍ୟାକୁ ଧ୍ୟାନରେ ରଖି ପଦକ୍ଷେପ ନେବେ ।ଏହାଛଡା ରପ୍ତାନି କ୍ଷେତ୍ରକୁ ମଧ୍ୟ ଶକ୍ତିଶାଳୀ କରିବା ପାଇଁ ସେ ବଜେଟରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି ।