ବିଦୁ୍ୟତ ଦର ବୃଦ୍ଧି ଷଡଯନ୍ତ୍ର!

ବିଦୁ୍ୟତ ଦର ବୃଦ୍ଧି ଷଡଯନ୍ତ୍ର!

ବିଦୁ୍ୟତ ଦର ବୃଦ୍ଧି ଷଡଯନ୍ତ୍ର!
ଭୁବନେଶ୍ୱର : ଗତ ଅକ୍ଟୋବର ପହିଲାରୁ ରାଜ୍ୟରେ ୟୁନିଟ ପିଛା ୨୦ ପଇସା ଅର୍ଥାତ ପାଖାପାଖି ୬% ବିଦୁ୍ୟତ ଦର ବୃଦ୍ଧି କରାଯାଇଛି । କରୋନା କାଳରେ ଉପଭୋକ୍ତା ଜୀବନ ଓ ଜୀବିକାକୁ ନେଇ ଅସହ୍ୟ କଷ୍ଟ ଭୋଗ କରୁଥିବା ବେଳେ ଆୟୋଗଙ୍କ ଏହି ନିଷ୍ପତ୍ତି ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଥିଲା । ସେ ସମୟରେ ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ ଗ୍ରୀଡକୋର ଆର୍ଥିକ ଦୁଃସ୍ଥିତିର ଚିତ୍ର ରଖି ଏହି ଦରବୃଦ୍ଧିକୁ ଯଥାର୍ଥ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ । ମାସ ତିନିଟି ଯାଇନି, ଗ୍ରୀଡକୋ ପୁଣି ଥରେ ନିଜର ଦେବାଳିଆ ଭଳି ସ୍ଥିତି ସମ୍ପର୍କିତ ଚିତ୍ର ଆୟୋଗଙ୍କୁ ଆବେଦନ କରିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦୁ୍ୟତ ଶୁଳ୍କ ବୃଦ୍ଧି କରାଯାଉ । ସଂସ୍ଥା ଯେଉଁ ପ୍ରସ୍ତାବ ଦେଇଛି ତାହାକୁ ହିସାବ କଲେ ଦେଖାଯାଉଛି ଯେ ବର୍ତ୍ତମାନର ବିଦୁ୍ୟତ ଦର ଠାରୁ ଏହା ପାଖାପାଖି ୩୭% (ପ୍ରସ୍ତାବିତ ନୂଆ ଦର ୟୁନିଟ ପିଛା ୩୯୩.୧୪ ) ଅଧିକ ।