୨୭୯ ସୁଲଭ କେନ୍ଦ୍ରରେ ପିଆଜ ବିକି୍ର ଆରମ୍ଭ

୨୭୯ ସୁଲଭ କେନ୍ଦ୍ରରେ ପିଆଜ ବିକି୍ର ଆରମ୍ଭ

୨୭୯ ସୁଲଭ କେନ୍ଦ୍ରରେ ପିଆଜ ବିକି୍ର ଆରମ୍ଭ
ଭୁବନେଶ୍ୱର: ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ଲୋକଙ୍କୁ କନ୍ଦାଉଥିବା ବେଳେ ଏଥିରେ ମଲମ ଲଗାଇବା ପାଇଁ ଚେଷ୍ଟା କରିଛନ୍ତି । ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏବେ ପିଆଜ ବିକି୍ର ଆରମ୍ଭ କରିବେ । ଏବେ କିଛି ସୁଲଭ ମୂଲ୍ୟ ଦୋକାନ ଓ ମୈତ୍ରୀ ଷ୍ଟୋରରେ ସରକାର କୌଣସି ଲାଭ ନ ରଖି କିଣା ମୂଲ୍ୟଷର ବିକି୍ର କରୁଛନ୍ତି । ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଲୋକଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପତ୍ର ଲେଖି କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ବିଭାଗ ପକ୍ଷରୁ ରାଜ୍ୟର ୨୭୯ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକି୍ର କରାଯାଉଛି । ଅନୁଗୁଳ ଠାରେ ୬୭ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୫୫ ଟଙ୍କାରେ ବିକି୍ର କରାଯାଉଛି । ସେହିପରି କଟକରେ ୩ଟି ସୁଲଭ ମୂଲ୍ୟ କେନ୍ଦ୍ରରେ କେଜି ପିଛା ୪୯ ଟଙ୍କା, ସମ୍ବଲପୁରର ୨ଟି ସ୍ଥାନରେ କେଜି ପିଛା ୫୨ଟଙ୍କା, ବଲାଙ୍ଗୀରରେ ୫ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, ଝାରସୁଗୁଡ଼ାର ୬ଟି ସ୍ଥାନରେ କେଜି ପିଛା ୫୮ ଟଙ୍କା, ଖୋର୍ଦ୍ଧାର ୭ଟି ସ୍ଥାନରେ କେଜି ପିଛା ୫୦ ଟଙ୍କା ମୟୂରଭଞ୍ଜର ୩୫ଟି ସ୍ଥାନରେ ୫୦ ରୁ ୫୨ ଟଙ୍କା ମଧ୍ୟରେ ଢେ଼ଙ୍କାନାଳରେ ୧୭ଟି ସ୍ଥାନରେ କେଜି ପିଛା ୪୮ ଟଙ୍କାରେ ପିଆଜ ବିକି୍ର ହେଉଛି । ସେହିପରି ଭଦ୍ରକର ୭ଟି ସ୍ଥାନରେ କେଜି ପିଛା ୪୮ ଟଙ୍କା, ନୂଆପଡ଼ାରେ ଦୁଇଟି ସ୍ଥାନରେ ୫୦ ଟଙ୍କା, ଜୟପୁରରେ ୪ଟି ସ୍ଥାନରେ ୫୦ ଟଙ୍କା, ବ୍ରହ୍ମପୁରରେ ୧୦ଟି ସ୍ଥାନରେ ୪୪ ଟଙ୍କା, ଭବାନୀପାଟଣାର ୧୨ଟି ସ୍ଥାନରେ ୪୮ ଟଙ୍କା, ବାଲେଶ୍ୱରର ୧୭ଟି ସ୍ଥାନରେ ୫୨ ଟଙ୍କା, କେନ୍ଦ୍ରାପଡ଼ାର ୬ଟି ସ୍ଥାନରେ ୫୫ ଟଙ୍କା, କେନ୍ଦୁଝରରେ ୧୩ଟି ସ୍ଥାନରେ ୫୨ ଟଙ୍କା, ରାୟଗଡ଼ାରେ ଗୋଟିଏ ସ୍ଥାନରେ ୪୩ ଟଙ୍କା, ନୟାଗଡ଼ର ଗୋଟିଏ ସ୍ଥାନରେ ୫୦ ଟଙ୍କା, ସୁବର୍ଣ୍ଣପୁରର ୬ଟି ସ୍ଥାନରେ ୫୬ ଟଙ୍କା, ପୁରୀର ୭ଟି ସ୍ଥାନରେ ୫୦ ଟଙ୍କା, ସୁନ୍ଦରଗଡ଼ର ୩୧ଟି ସ୍ଥାନରେ ୫୫ ଟଙ୍କା, ନବରଙ୍ଗପୁରର ୮ଟି ସ୍ଥାନରେ ୫୫ ଟଙ୍କା, କନ୍ଧମାଳର ଗୋଟିଏ ସ୍ଥାନରେ ୪୮ ଟଙ୍କା, ବରଗଡ଼ର ୬ଟି ସ୍ଥାନରେ ୫୫ ଟଙ୍କା, ଜଗତସିଂହପୁରର ୨ଟି ସ୍ଥାନରେ ୪୫ ଟଙ୍କା ଓ ଯାଜପୁରର ୩ଟି ସୁଲଭ ମୂଲ୍ୟ କେନ୍ଦ୍ରରେ ପିଆଜ କେଜି ପିଛା ୫୨ଟଙ୍କାରେ ବିକ୍ରୟ କରାଯାଉଛି ।