୧୫୦ ପରେ ପରେ ଫେରିଲା ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ପ୍ରଜାପତି

୧୫୦ ପରେ ପରେ ଫେରିଲା ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ପ୍ରଜାପତି

୧୫୦ ପରେ ପରେ ଫେରିଲା ବିଲୁପ୍ତ ହୋଇଯାଇଥିବା ଦୁର୍ଲଭ ପ୍ରଜାପତି
କରୋନା ମହାମାରୀ ସମୟରେ ବ୍ରିଟେନ୍‌ରେ ଏକ ଭଳ ଖବର ସାମ୍ନାକୁ ଆସିଛି । ବ୍ରିନେଟନ୍‌ର ସବୁଠୁ ଦୁର୍ଲଭ ପ୍ରଜାତିର ପ୍ରଜାପତି ୧୫୦ ବର୍ଷ ପରେ ପ୍ରଥମ ଥର ପାଇଁ ନଜର ଆସିଛି । ଏହି ପ୍ରଜାପତିଟି ସବଠୁ ବଡ ନୀଳ ପ୍ରଜାତି ଅଟେ । ଏହା ପ୍ରଜାତିର ପ୍ରଜାପତି କୋଟସ୍‌ଓ୍ବାଲ୍ଡ ପାହାଡୀ ଅଞ୍ଚଳରେ ନଜର ଆସିଛି । ଏହି ନୀଳ ପ୍ରଜାପତି ୧୯୭୯ ମସିହାରେ ବିଲୁପ୍ତ ଶ୍ରେଣୀଭୁକ୍ତ ହୋଇଥିଲା । ଏହାପରେ ଦ ନ୍ୟାସନାଲ୍‌ ଟ୍ରଷ୍ଟ ଲଗାତାର ଭାବରେ ଏହି ପ୍ରଜାତିଙ୍କ ପୁନଃ ପ୍ରତ୍ୟାବର୍ତ୍ତନ ପାଇଁ ଚେଷ୍ଟା ଜାରିକରିଥିଲେ । ଏଥିପାଇଁ ଗତ ବର୍ଷ ରୋଡବାରୋ କମନ୍‌ ଠାରେ ୮୬୭ ଏକର ଜମି ମଧ୍ୟ ପ୍ରଦାନ କରାଯାଇଥିଲା । ଗତ ୧୫୦ ବର୍ଷ ମଧ୍ୟରେ ଏହି ପ୍ରଜାତିର ପ୍ରଜାପତି ଦେଖାଯାଇନଥିବାବେଳେ ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ଗ୍ଲୁସ୍ଟସାୟରର ରୋଡ୍‌ବୋରେ କମନ୍‌ରେ ପ୍ରାୟ ୭୫୦ ପ୍ରଜାପତି ନଜର ଆସିଛନ୍ତି । ଏଥିପାଇଁ ଏକ ଟିମ୍‌ ଏହି ପାହାଡୀ ଅଞ୍ଚଳରେ ପ୍ରଜାପତିଙ୍କ ଅନୁରୂପ ଘାସର ଗାଲିଚା ପ୍ରସ୍ତୁତ କରିଥିଲେ, ଏହା ପରେ ଶରତ ଋତୁରେ ୧,୧୦୦ ଲାର୍ଭା ଜନ୍ମ ହୋଇଥିଲା । ଚାରି ଦଶକ ପରେ ବିଶ୍ବରେ ବୁଲିପ୍ତହୋଇଥିବା ପ୍ରଜାପତି ପୁଣି ଥରେ ବଡ ସଂଖ୍ୟାରେ ନଜର ଆସିଛନ୍ତି । ବ୍ରିଟେନ୍‌ରେ ଏହି ଦୁର୍ଲଭ ପ୍ରଜାପତିର ପ୍ରତ୍ୟାବର୍ତ୍ତନ ନିଶ୍ଚିତ ରୂପେ ଦୁଦିଆରେ ସବୁଠୁ ସଫଳ କୀଟ ପ୍ରଜନନ ପରିଯୋଜନା ପାଲଟିଛି ।