୧୯୬ ଥର ଥରିଲା ତୁର୍କୀ : ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

୧୯୬ ଥର ଥରିଲା ତୁର୍କୀ : ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

୧୯୬ ଥର ଥରିଲା ତୁର୍କୀ : ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି
ଇସ୍ତାନବୁଲ : ଗତକାଲି ତୁର୍କୀରେ ଘଟିଥିବା ଭୟାବହ ଭୂକମ୍ପ ଏବଂ ସୁନାମି ପରେ ଆଜି ଆଉ ୧୯୬ ଥର ଥରିଛି । ଆଜିର ଦିନରେ ୧୯୬ ଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫ ଛୁଇଁଛି । ଏହା ସହିତ ୮୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଜିର ଦିନରେ ୧୯୬ ଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ୨୩ ଥର ଭୂକମ୍ପର ତୀବ୍ରତା ୪.୦ ରହିଥିଲା । ଭୂମିକମ୍ପରେ ଇଜମିର ସହରରେ ଏକ ୧୭ ମହଲା କୋଠା ଭୁଷୁଡି ପଡିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ରାଷ୍ଟ୍ରପତି ତାୟିପ ଏର୍ଡୋଗାନ ପ୍ରକାଶ କରିଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧତ ପାଇବା ନେଇ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଅନୁମାନ ଲଗାଯାଇଛି ।