ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କଲେ ୫ଟି ସଚିବ
ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କଲେ ୫ଟି ସଚିବ
admin
Oct 31, 2020 - 13:59
Updated: Oct 31, 2020 - 13:59
ଭୁବନେଶ୍ୱର : ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା ପାଇଁ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ । ମହା ଶିବରାତ୍ରି ପୂର୍ବରୁ ଉନ୍ନୟନ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମାପ୍ତ କରିବା ଲକ୍ଷ୍ୟରେ ସଚିବ ଗସ୍ତ କରିଥିଲେ । ଶୁକ୍ରବାର ସକାଳୁ ପାଣ୍ଡିଆନ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଗସ୍ତ କରି ସମୀକ୍ଷା କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ ପ୍ରତିଶତ ଜମି ଅଧିଗ୍ରହଣ ସରିଥିବା ବେଳେ ଉନ୍ନୟନ କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ସଚିବ । ନଭେମ୍ବର ସୁଦ୍ଧା ସମସ୍ତ ସୌନ୍ଦର୍ଯ୍ୟକରଣ କାମ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସଚିବ । ଏହା ସହିତ କରୋନା କାଳରେ ମଧ୍ୟ ତ୍ୱରିତ କାର୍ଯ୍ୟ ପାଇଁ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ୫ଟି ସଚିବ । ଲିଙ୍ଗରାଜ ବଜାରରୁ ତାଳେଶ୍ୱର ଛକ ରାସ୍ତା, ଇଷ୍ଟର୍ଣ୍ଣ ଏବଂ ନଦର୍ଣ୍ଣ ପ୍ଲାଜାର ବିକାଶ, ବସ ଷ୍ଟାଣ୍ଡ, ବଢେଇବାଙ୍କ ଏବଂ ଡ୍ରେନେଜ ବ୍ୟବସ୍ଥାର ସମୀକ୍ଷା କରିଥିଲେ ୫ଟି ସଚିବ ।
ଗୋପାଳତୀର୍ଥ ମଠ ଏବଂ ଶଙ୍କରାନନ୍ଦ ମଠର ଜମି ଅଧିଗ୍ରହଣ ସରିଥିବା ବେଳେ ଅନ୍ୟ ଘରୋଇ ଜମି ଗୁଡିକର ଅଧିଗ୍ରହଣ ଏବଂ ଉଚ୍ଛେଦ ପରେ ଲିଙ୍ଗରାଜ ମନ୍ଦିରରୁ ବିନ୍ଦୁସାଗରକୁ ଦେଖିହେବ ବୋଲି ସଚିବ ମତ ଦେଇଛନ୍ତି । ସେହିପରି ପରିବେଶ ଅନୁକୂଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିବା ସହିତ ପର୍ଯ୍ୟଟକଙ୍କ ରହଣି ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ମହାଶିବରାତ୍ରି ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରମୁଖ ପର୍ବ ହୋଇଥିବାରୁ ସୌନ୍ଦର୍ଯ୍ୟକରଣ ପରେ ଅଧିକ ଲୋକ ମହଦୀପ ଦେଖିପାରିବେ ବୋଲି ୫ଟି ସଚିବ କହିଥିଲେ । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ୫ଟି ସଚିବଙ୍କ ସହିତ ବିଏମସି କମିଶନର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।