+୨ କଳା ପରୀକ୍ଷା ଫଳ, ଖୋର୍ଦ୍ଧାରେ ସର୍ବାଧିକ ପାସ୍ ହାର
+୨ କଳା ପରୀକ୍ଷା ଫଳ, ଖୋର୍ଦ୍ଧାରେ ସର୍ବାଧିକ ପାସ୍ ହାର
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସିଏଚଏସଇ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି । ଏବର୍ଷ କଳାରେ ୨ଲକ୍ଷ ୧୩ହଜାର ୪୦୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧ଲକ୍ଷ ୭୧ହଜାର ୨୮୮ପରୀକ୍ଷାର୍ଥୀ । ପାସ୍ ହାର ରହିଛି ୮୨.୧୦ପ୍ରତିଶତ । ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପୁଅମାନଙ୍କ ସଂଖ୍ୟା ୯୦ହଜାର ୨୦୭ ଥିବାବେଳେ, ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୬୭ହଜାର ୭୨୮ । ପୁଅ ମାନଙ୍କ ପାସ୍ ହାର ୭୫.୦୮% ରହିଛି ।
ସେହିପରି ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଝିଅମାନଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାର ୪୨୪ଥିବାବେଳେ ପାସ୍ କରିଛନ୍ତି ୧ଲକ୍ଷ ୩ହଜାର ୫୬୦ଜଣ ଓ ୮୭.୪୫% ପାସ୍ ହାର ରହିଛି । ପାସ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଫାଷ୍ଟ ଡିଭିଜନରେ ପାସ୍ କରିଛନ୍ତି ୬୨ହଜାର ୭୩୪ ଓ ୧୭୭ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି ।୨୮ଟି ସ୍କୁଲରେ ୧୦୦% ରେଜଲ୍ଟ ହୋଇଛି । କୌଣସି ଉଚ୍ଚ ମାଧ୍ୟମିକ ସ୍କୁଲର ଶୂନ ରେଜଲ୍ଟ ହୋଇନାହିଁ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ରେଜଲ୍ଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ରହିଛି ୮୭.୮୦% । ନବରଙ୍ଗପୁରରେ ସର୍ବନିମ୍ନ ରେଜଲ୍ଟ ହୋଇଛି । ଏଠାରେ ୬୪.୧୬% ପାସ୍ ହାର ରହିଛି ।




admin 